ଦେଶସ୍ୱତନ୍ତ୍ର

ପୁଣି ସୁନା ଓ ରୁପା ଦରରେ ବୃଦ୍ଧି

ଜାଣନ୍ତୁ କେତେ ଦର ରହିଛି

ନୂଆଦିଲ୍ଲୀ: ପୁଣି ସୁନା ଦରରେ ବୃଦ୍ଧି । କିଛି ଦିନ ପୂର୍ବରୁ ସୁନା ଦରରେ ସାମାନ୍ୟ ହ୍ରାସ ପାଇଥିବା ବେଳେ  ଆଜି ପୁଣି ଭାରତୀୟ ସୁନା ବଜାରରେ ସୁନା ଓ ରୁପାର ଦାମ୍ ବୃଦ୍ଧି ହୋଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୪୭ ହଜାର ୪୦୦ ରହିଛି ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦ ଟଙ୍କା ବଢି ୫୧ ହଜାର ୭୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ରୁପାର ମୂଲ୍ୟ ଏକ କେଜି ପ୍ରତି ୪୬୧ ଟଙ୍କା ବୃଦ୍ଧି ହୋଇଛି ।

ଦେଶରେ ଅନ୍ୟ ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଦେଖାଦେଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୪୦୦ ଟଙ୍କା ଓ ୫୧, ୭୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୩୦୦ ଟଙ୍କା ଓ ୫୧, ୭୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭, ୯୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୩, ୨୯୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭, ୪୦୦ ଟଙ୍କା ଓ ୫୧, ୭୦୦ ଟଙ୍କା ରହିଛି । ଆଜି ରୁପା ମୂଲ୍ୟ ବି କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୮,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ସୁନା ଓ ରୁପା ଦରରେ  ଲଗାତର ବୃଦ୍ଧି ଘଟୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ସୁନା ରୁପା ଦରରେ ଅହେତୁକ ବୃଦ୍ଧି ହୋଇଛି ।

 

Show More

Related Articles

Back to top button