ଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତି

ଚର୍ଚ୍ଚାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଆଜି ସୁସ୍ଥ ହୋଇ ଫେରିବା ପରେ ପୋଲିସ୍ ଗିରଫ କରିଛି

ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଚର୍ଚ୍ଚାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ହସ୍ପିଟାଲରୁ ଫେରିବା ପରେ ତାଙ୍କୁ ଗିରଫ ପୋଲିସ । ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ ବାଣପୁର ବ୍ଲକ ନିର୍ବାଚନ ସମୟରେ ଚିଲିକା ବିଧାୟକ ମଦ୍ୟପାନ କରି ବ୍ଲକ ସମ୍ମୁଖରେ ଉପସ୍ଥିତ ଥିବା ସାଧାରଣ ଲୋକ ଉପରକୁ ଗାଡି ମଡାଇ ଦେଇଥିଲେ । ଫଳରେ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା। ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ମାମଲା ରୁଜୁ କରିଥିଲା ।

ଏହି ଘଟଣା ଯୋଗୁଁ କିଛି ଉତ୍ତ୍ୟକ୍ତ ଲୋକେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇପଡିଥିଲେ । ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ସୁସ୍ଥ ହୋଇ ଫେରିବା ପରେ ପୋଲିସ୍ ଗିରଫ କରିଛି ।

Show More

Related Articles

Back to top button