Breaking PLUSଦେଶ ବିଦେଶ

ଇନ୍ଦୋରରେ ଭୟ ବଢାଇଲା ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍

୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ

ସାରା ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି । ଏହାରି ଭିତରେ ଓମିକ୍ରନ ଭାରିଆଣ୍ଟ ମଧ୍ୟ ଦେଶବାସୀଙ୍କୁ କଲବଲ କରୁଛି । ବେଶି ଘାତକ ନହେଲେ ବି ଏହାର କ୍ଷୀପ୍ର ଗତିରେ ମାଡି ଚାଲିଛି । ଏହି ଭୟ ନଛାଡୁଣୁ ଏହାର ନୂଆ ଷ୍ଟ୍ରେନ ଚିହ୍ନଟ ହେଲାଣି । ଇନ୍ଦୋରରେ ଏହାର ଉପ-ପ୍ରକାର BA.1 ଏବଂ BA.2 ର ମାମଲା ବର୍ତ୍ତମାନ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଯାହାକୁ ନେଇ ସଭିଁଙ୍କ ମନରେ ଭୟ ବଢିଯାଇଛି । ସହରରେ ଓମିକ୍ରନ୍ ର ସବ୍-ଭାରିଆଣ୍ଟ BA.2 ର ୧୨ଜଣ ରୋଗୀ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୬ଟି ପିଲା ଥିବା ସ୍ପଷ୍ଟ ହୋଇଛି । BA.2 ଷ୍ଟ୍ରେନ୍ ଯାହାକି ଅତି ଦ୍ରୁତ ଗତିରେ ବ୍ୟାପିଥାଏ । ଏହାର ସଂକ୍ରମଣ ରୋଗୀର ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ । ୫% ରୁ ୪୦% ପର୍ଯ୍ୟନ୍ତ ନୂତନ ଭାବେ ଆସିଥିବା ରୋଗୀଙ୍କ ଫୁସଫୁସରେ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି ।

ଓମିକ୍ରନ୍ BA.2 ମାମଲା ସାମ୍ନାକୁ ଆସିବା ପରେ ଇନ୍ଦୋର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉଦବେଗ ପ୍ରକାଶ କରିଛି । ଏହି ପ୍ରକାର, କରୋନା ଭୂତାଣୁ ଓମିକ୍ରନ୍ ଠାରୁ ଭିନ୍ନ, ଏହି ଷ୍ଟ୍ରେନ୍ ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ । ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୭ ବର୍ଷୀୟ ରୋଗୀର ଫୁସଫୁସ ୪୦% ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଦୁଇଜଣ ରୋଗୀ ଆଇସିୟୁରେ ଅଛନ୍ତି । ଏହି ରୋଗୀଙ୍କୁ ଅମ୍ଳଜାନ ପ୍ରୟୋଗ କରିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । ଏମାନଙ୍କ ବ୍ୟତୀତ ୪ ରୋଗୀଙ୍କ ମଧ୍ୟରେ ଓମିକ୍ରନ୍ BA.1 ନିଶ୍ଚିତ ହୋଇଛି ।

Show More

Related Articles

Back to top button