ଖେଳ

ଭାରତରେ ହିଁ ଆୟୋଜିତ ହେବ ଆଇପିଏଲ ୨୦୨୨

ହେଲେ ପୁଣି ଦର୍ଶକ ହେବେ ନିରାଶ

ଭାରତରେ ହିଁ ଆୟୋଜିତ ହେବ ଆଇପିଏଲ୍‌ ୨୦୨୨ । ଏ ନେଇ ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କିନ୍ତୁ ଦର୍ଶକଙ୍କ ପାଇଁ ନିରାଶଜନକ ଖବର ରହିଛି । ଆସନ୍ତା IPL ଭାରତରେ ଖେଳାଯିବ କିନ୍ତୁ ବିନା ଦର୍ଶକରେ । କୋଭିଡ୍‌ ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ, କରୋନା ମହାମାରୀ କାରଣରୁ ଆଇପିଏଲ୍‌ ୨୦୨୨ ଆୟୋଜନ ୟୁଏଇ କିମ୍ବା ଅନ୍ୟ କେଉଁ ଦେଶରେ କରାଯିବ । କିନ୍ତୁ ଶନିବାର ଏ ବାବଦରେ ସ୍ପଷ୍ଟ ନିଷ୍ପତ୍ତି ନେଇଛି BCCI । ସୌରଭ ଗାଙ୍ଗୁଲି କହିଛନ୍ତି, ‘ଆଇପିଏଲ ଭାରତରେ ହିଁ ଖେଳାଯିବ । କୋଭିଡ୍‌ କାରଣରୁ IPLର ପୂର୍ବ ଦୁଇଟି ସିଜିନ୍‌ ୟୁଏଇରେ ଖେଳାଯାଇଥିଲା ।’ ଆଉ ଏକ ବଡ କଥା ହେଉଛି ଆସନ୍ତା ଆଇପିଏଲକୁ ଭିଭୋ ନୁହେଁ ବରଂ ଟାଟା ସ୍ପୋନସର୍‌ କରିବ । ଖେଳାଳିମାନଙ୍କ ନିଲାମୀ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ତାରିଖରେ କରାଯାଇପାରେ ବୋଲି ଖବର ମିଳିଛି । ନିଲାମୀ ପାଇଁ ଚଳିତ ଥର ୧୨ଶହ ଖେଳାଳି ପଞ୍ଜିକରଣ କରିଛନ୍ତି ଯେଉଁଥିରୁ ୩ଶହରୁ ଉର୍ଦ୍ଧ୍ବ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମୁତାବକ, ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ୨୧୭ ଖେଳାଳିଙ୍କୁ କିଣା ଯିବ । ଯେଉଁଥିରେ ପ୍ରାୟ ୭୦ ଜଣ ଓଭରସିଜ୍‌ ଖେଳାଳି ରହିବେ । ତେବେ ଚଳିତ ଆଇପିଏଲ ରୋମାଞ୍ଚକର ହେବାକୁ ଯାଉଛି କାରଣ ଏଥର ୧୦ଟି ଦଳ ଭାଗ ନେବେ । ପୂର୍ବ ବର୍ଷ ୮ଟି ଦଳ ଖେଳିଥିବା ବେଳେ ଏଥର ଆଉ ୨ଟି ଦଳ ଆଇପିଏଲ ମେଗା ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ଲ​‌କ୍ଷ୍ନୌ ଏବଂ ଅହମଦାବାଦ ଟିମ୍‌ ଚଳିତ ସିଜିନ୍‌ରେ ନୂଆକରି ସାମିଲ ହୋଇଛନ୍ତି । ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ଥିବା ଖେଳାଳିମାନଙ୍କ ମଧ୍ୟରେ ଆଉ କିଛି ନାଁ ହେଉଛି-ପ୍ରସିଦ୍ଧ କ୍ରିଷ୍ଣା, ମନୀଷ ପାଣ୍ଡେ, ଅଜିଙ୍କ୍ୟ ରାହାଣେ, ନୀତିଶ ରାଣା, ରିଦ୍ଧିମାନ ଶାହା, କୁଲଦୀପ ଯାଦବ, ଜୟନ୍ତ ଯାଦବ, ମହମ୍ମଦ ସାମୀ, ଜେମସ୍‌ ପ୍ଲକଚର୍‌, ମାର୍ନସ୍‌ ଲାବୁସେନ୍‌, ଜୋସ୍‌ ଫିଲିପ୍ସ, ଏଣ୍ଡ୍ରୁ ଟାଇ, ଡେନ୍‌ ଲୋରିନ୍ସ, ଲିୟାମ ଲିଭିଙ୍ଗଷ୍ଟୋନ୍‌, ଓଲି ପୋପ୍‌, ଡି. ଗ୍ରାଣ୍ଡହୋମ୍‌, ଏଡେନ୍‌ ମାର୍କରମ୍‌, ତବରିଜ ସାମସୀ, ଓ୍ବାନିନ୍ଦୁ ହାସାରଙ୍ଗା ।

ଅକ୍ସନ୍ ପାଇଁ ମୂଳ ମୂଲ୍ୟ ଦେଢ କୋଟି ଟଙ୍କା ଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି, ଓ୍ବାଶିଂଟନ୍ ସୁନ୍ଦର, ଏରୋନ୍‌ ଫିଞ୍ଚ, କ୍ରିସ୍‌ ଲିନ୍‌, କେନ୍‌ ରିଚାର୍ଡସନ୍‌, ଜୋନୀ ବୟାରିଷ୍ଟୋ, ଆଲେକ୍ସ ହେଲସ୍‌, ଇୟନ ମୋର୍ଗାନ୍‌, ଆଡାମ୍‌ ମିଲାନ, କୋଲିନ୍‌ ମୁନ୍‌ରୋ, ଜିମି ନିସାମ, ଗ୍ଲେନ୍‌ ଫିଲିପ୍ସ, ଟିମ୍ ସାଉଦୀ, କୋଲିନ୍‌ ଇନଗ୍ରାମ୍, ସିମରନ୍‌ ହେଟମାୟର, ଜେସନ୍ ରୟ, ନିଲୋଲାସ୍‌ ପୁରନ୍‌। ସେହିଭଳି ନିଲାମୀରେ ବେସ୍‌ ପ୍ରାଇସ୍ ୨କୋଟି ଟଙ୍କା ଥିବା କ୍ରିକେଟରଙ୍କ ମଧ୍ୟରେ ରହିଛନ୍ତି- ରବିଚନ୍ଦ୍ରନ ଅଶ୍ବିନ, ଯୁଜବେନ୍ଦ୍ର ଚହଲ, ଦୀପକ ଚହର, ଶିଖର ଧାଓ୍ବନ, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଇଶାନ୍‌ କିଶାନ, ଭୁବନେଶ୍ବର କୁମାର, ଦେବଦତ୍ତ ପାଡିକଲ, କ୍ରୁନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ସୁରେଶ ରୈନା, ଅମ୍ବାତୀ ରାୟୁଡୁ, ମହମ୍ମଦ ସାମୀ, ଶାର୍ଦ୍ଦୁଲ ଠାକୁର, ରବିନ ଉଥପ୍ପା, ଉମେଶ ଯାଦବ, ମୁଜୀବ ଜାଦରାନ୍‌, ଏଷ୍ଟନ୍‌ ଆଗର, ନାଥନ୍‌ କୁଲ୍ଟର ନାଇଲ୍‌, ପ୍ୟାଟ୍‌ କମିନ୍ସ, ଜୋଶ ହେଜେଲଉଡ୍, ମିଚେଲ ମାର୍ସ, ଷ୍ଟିଭ୍‌ ସ୍ମିଥ୍, ମାଥ୍ୟୁ ଓ୍ବେଡ୍‌, ଡେଭିଡ ଓ୍ବାର୍ଣ୍ଣର, ଆଡାମ ଜାମ୍ପା, ଶାକିବ ଉଲ ହାସନ, ମୁସ୍ତଫିଜୁର ରେହମାନ, ସାମ୍‌ ବିଲିଙ୍ଗସ୍, ସାକିବ ମେହମୁଦ, କ୍ରିସ୍‌ ଜୋର୍ଡନ୍, କ୍ରେଗ୍‌ ଓଭରଟନ୍‌, ଆଦିଲ ରସିଦ, ଜେସନ୍‌ ରୟ, ଲୋକି ଫର୍ଗ୍ୟୁସନ୍, କ୍ବିଣ୍ଟନ୍‌ ଡି କକ୍, ଫାଫ୍‌ ଡୁ ପ୍ଲେସିସ୍, କାଗିସୋ ରାବାଡା, ଇମରାନ୍‌ ତାହିର, ଇଭିନ୍‌ ଲୁଇସ୍ ।

Show More

Related Articles

Back to top button