ଜୀବନଚର୍ଯ୍ୟା

ଘରେ ରହୁଛି କି ଆର୍ଥିକ ସମସ୍ୟା : ତେବେ ଆପଣାନ୍ତୁ ଏହି ବାସ୍ତୁଶାସ୍ତ୍ର ଉପାୟ

ଘରର ସାଜସଜାରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ୱ ରହିଛି l ଵାସୁଶାସ୍ତ୍ର ସୂଚାଇ ଦେଇଥାଏ ଆମେ ଘରେ ରଖୁଥିବା ଜିନିଷ ଦ୍ୱାରା କିପରି ସୁଖ ଓ ସମୃଦ୍ଧି ଲାଭ କରିବା

ବାସ୍ତୁଶାସ୍ତ୍ର ଅନୁସାରେ ଅହମଧ୍ୟ ମହତ୍ୱ ରଖିଥାଏ ଯେ ଆମେ ଘରର ବସ୍ତୁ ଗୁଡିକୁ କେଉଁ ସ୍ଥାନରେ ଓ କେଉଁ ଦିଗରେ ରଖିବା ବଶ୍ୟକ ଯାହା ଦ୍ୱାରା ଆମ ଘରର ଆର୍ଥିକ ଅବସ୍ଥା ସୁଦୃଢ ହୋଇ ପାରିବ l ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା କିପରି ଲକ୍ଷ୍ମୀଙ୍କ କୃପା ଲାଭ କରିବା l

* ସାଧାରଣତଃ ଆମ ଘରେ ଅନାବଶ୍ୟକ ଭାବରେ ଅଦରକାରୀ ଜିନିଷ ଗୁଡିକୁ ଛାତ ଉପରେ କିମ୍ବା ଘର କୋଣରେ ରଖିଦେଇ ଥାଉ l ଏପରି କରିବା ଦ୍ୱାରା ଆମ ସୁଖ ସମୃଦ୍ଧି ପାଇଁ ଅଶୁଭ ହୋଇଥାଏ l ତେଣୁ ଅଦରକାରୀ ଜିନିଷକୁ ଯଥାଶୀଘ୍ର ଘରୁ ବାହାର କରିଦେବା ଉଚିତ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଫାସୁତୁରା ମଧ୍ୟ ଆମ ସମୃଦ୍ଧି ଉପରେ ପ୍ରଭାବ ପକାଇଥାଏ l ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ ଏବଂ ଘରେ ଫିକା ରଙ୍ଗର ପ୍ରୟୋଗ କରନ୍ତୁ ଯାହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିବ l

* ବାସ୍ତୁଶାସ୍ତ୍ରରେ ଘରେ ଗଛ ଲଗାଇବାକୁ ମହତ୍ୱ ଦିଆଯାଇଥାଏ l ଏହା ଦ୍ୱାରା ଘରର ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ l ଯଦି ଆପଣଙ୍କ ଘର ଅଗଣାରେ ପିପଳ ଗଛ ରହିଛି ତେବେ ଏହା ଆପଣଙ୍କ ପାଇଁ ବାଧକ ସାଜି ପରେ l ତେଣୁ ଘର ଅଗଣାରେ ପିପଳ ଗଛ ରଖନ୍ତୁ ନାହିଁ l

* ବାସ୍ତୁଶାସ୍ତ୍ରରେ କୁହାଯାଇଛି ରୋଷେଇ ଘରେ କେବେବି ଭାଙ୍ଗି ଯାଇଥିବା କୌଣସି ବାସନ ରଖନ୍ତୁ ନାହିଁ l କାରଣ ରୋଷେଇ ଘର ହେଲା ଲକ୍ଷ୍ମୀଙ୍କ ସ୍ଥାନ l ଏଠାରେ ଯଦି ଭାଙ୍ଗି ଯାଇଥିବା କୌଣସି ବାସନ ରହିଛି ତେବେ ତାକୁ ତୁରନ୍ତ ହଟାନ୍ତୁ ,ଏହା ଆପଣଙ୍କ ସୁଖ ସମୃଧିରେ ବାଧକ ସାଜିବ l

Show More

Related Articles

Back to top button