ଓଡ଼ିଶାମୁଖ୍ୟ ଖବର

ଆଇଆଇଏମ୍‍ସିରେ ଭାରତୀୟ ଖବରକାଗଜ ଦିବସ ପାଳିତ

ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ୨୦୨୦-୨୦୨୧ ଶିକ୍ଷା ବର୍ଷର ପ୍ରଥମ ଲ୍ୟାବ୍‍ ଜର୍ଣ୍ଣାଲ୍‍ ଉନ୍ମୋଚିତ ହୋଇଛି । ସ୍ନାତକୋତ୍ତର ଓଡ଼ିଆ ସାମ୍ବାଦିକତା ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ।ଏହି ଅଭ୍ୟାସ ପ୍ରକାଶନ ଉନ୍ମୋଚନ କରି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ଆଜି ହେଉଛି ଭାରତୀୟ ଖବରକାଗଜ ଦିବସ । ଏହି ଦିନ ଅର୍ଥାତ୍‍ ୧୭୮୦ ମସିହା ଜାନୁଆରୀ ୨୯ ତାରିଖରେ ଭାରତରେ ‘ହିକିସ୍‍ ବେଙ୍ଗଲ୍‍ ଗେଜେଟ୍‍’ ପ୍ରଥମ ଖବରକାଗଜ ଭାବେ ପ୍ରକାଶ ପାଇଥିଲା ।

ଗୋଟିଏ ଖବରକାଗଜ ପ୍ରକୃତରେ କ’ଣ କରିବା ଉଚିତ, କ’ଣ କରିବା ଅନୁଚିତ ତାହା ପ୍ରଥମ ସଂସ୍କରଣରେ ଏହି ଖବରକାଗଜ ଲେଖିଥିଲା । ଖବରକାଗଜ ସମସ୍ତଙ୍କ କଥା ଶୁଣିବା ଉଚିତ ଏବଂ କାହା ପାଖରେ ମୁଣ୍ଡ ନୁଆଁଇବା ଠିକ୍‍ ନୁହେଁ ବୋଲି ଏଥିରେ କୁହାଯାଇଥିଲା । ବାସ୍ତବରେ ଏହା ହିଁ ହେଉଛି ଖବରକାଗଜର ଧର୍ମ । ଏଣୁ ଗଣମାଧ୍ୟମ ଏହାକୁ ପ୍ରୟୋଗ କରିବା ଦିଗରେ ଅଧିକ ଚେଷ୍ଟା କରିବା ଉଚିତ । ସେହିପରି ଯୁବ ସାମ୍ବାଦିକ ତଥା ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରଛାତ୍ରୀମାନେ ମଧ୍ୟ ହିକିସ୍‍ ଗେଜେଟ୍‍ର ଏହି ମହତ୍ତ୍ୱପୂର୍ଣ୍ଣ କଥାକୁ ପ୍ରତିପାଦନ କରିବା ଆବଶ୍ୟକ ବୋଲି ଡ. ଚାଟାର୍ଜୀ ମତବ୍ୟକ୍ତ କରିଛନ୍ତି ।ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇଥିଲେ ।

Show More

Related Articles

Back to top button