ସ୍ୱାସ୍ଥ୍ୟ

ଆପଣ ଶ୍ୱାସ ରୋଗୀ କି ? ଏହି ଜିନିଷ ଖାଇବା ଦ୍ୱାରା ନିଜକୁ ଶ୍ୱାସ ସମସ୍ୟାରୁ ରକ୍ଷା କରି ପାରିବେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ର ୨୦୧୬ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପାଖାପାଖି ୭୪ କୋଟିରୁ ଅଧିକ ଲୋକ ଶ୍ୱାସ ରୋଗରେ ପୀଡିତ ଅଛନ୍ତି l ଶ୍ୱାସ ଅର୍ଥାତ ଦମା ଗୋଟିଏ ଦୀର୍ଘ ଦିନର ଥଣ୍ଡା ଜନିତ ରୋଗ

ଯାହାଦ୍ୱାରା ରୋଗୀର ନିଶ୍ବପ୍ରଶ୍ୱାସ ମାର୍ଗରେ ଭିତରୁ ଫୁଲା ରହିଥାଏ ,ଯାହା ଦ୍ୱାରା ମାର୍ଗଟି ସଂକୁଚିତ ହୋଇଗଲେ ନିଃଶ୍ବସ ନେବାକୁ ଅସୁବିଧ ହୋଇଥାଏ l ଆଃ ଦ୍ୱାରା ଶ୍ୱାସ ରୋଗ ଅନୁଭୂତ ହୁଏ l ଅଧିକାଂଶ ଲୋକଙ୍କର ଜାଣିବା ଆବଶ୍ୟକ ରହିଥାଏ ଯେ ଶ୍ୱାସ ରୋଗୀମାନେ ନିଜ ଖାଦ୍ୟରେ କଣ ସାମିଲୀ କରିବା ବଶ୍ୟକ l

ଏମିତିରେ ଦେଖିବାକୁ ଗଲେ ଶ୍ୱାସ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭନ୍ନ ପ୍ରକାରର ଔଷଧ ,ଘରୋଇ ଉପଚାର ଓ ସ୍ପ୍ରେର ମାଧ୍ୟମ ଗ୍ରହଣ କାରଯୁଛି l କିନ୍ତୁ ଶ୍ୱାସ ରୋଗୀମାନେ ଏପରି କିଛି ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବା ବଶ୍ୟକ l

* ଭିଟାମିନ-ଡି ରେ ଭରପୁର ଖାଦ୍ୟ -ଶ୍ୱାସ ରୋଗକୁ ନେଇ ଆଜି ପର୍ଯ୍ୟନ୍ତ ହୋଇଥିବା ଗବେଷଣାକୁ ଆଖି ଆଗରେ ରଖି କୁହାଯାଇଛି ଯେ ଯଦି ଶରୀରରେ ଭିଟାମିନ-ଡିର ସ୍ତର କମି ଯାଇଥାଏ ତେବେ ବୟସ୍କ ଓ ଛୋଟ ପିଲାମାନଙ୍କର ପାଖରେ ଶ୍ୱାସ ସମସ୍ୟା ବଢ଼ିଯାଇଥାଏ l ଏହା ସହିତ ଭିଟାମିନ-ଡି ନିଶ୍ୱାସପ୍ରଶ୍ୱାସ ସହିତ ଯୋଡି ହୋଇଥିବା ସଂକ୍ରମଣ ଯେପରିକି ଥଣ୍ଡା କାଶ ଇତ୍ୟାଦି ଦୂର ହୋଇଥାଏ l ପ୍ରତେକ ଦିନ ଭିଟାମିନ-ଡି ଖାଇବା ଦ୍ୱାରା ଗମ୍ଭୀର ଶ୍ୱାସ ସମସ୍ୟାର ବିପଦ ଦୂର ହୋଇଥାଏ l ସେହି ଖାଦ୍ୟ ଗୁଡିକ ହେଲା ଦହି,କମଳା ରସ ,ଛତୁ ଓ ଅଣ୍ଡା ଇତ୍ୟାଦି l

* ସବୁଜ ଫଳ ଓ ପନିପରିବା -ଫଳ ଓ ପନିପରିବା ସମ୍ପୂର୍ଣ ଭାବରେ ସନ୍ତୁଳିତ ଏହାର ଅଟେ ,ଯାହା ଶ୍ୱାସର ବିପଦକୁ କମ କରିବାରେ ସାହାଯ୍ୟ କରିଥାଏ l ଅନେକ ଗବେଷଣାରେ ଜଣ ପଡିଛି ଯେ ଯଦି ସବୁଜ ପନିପରିବା ଓ ଫଳ ସେବନ କରାଯାଏ ତେବେ ଉଭୟ ଛୋଟପିଲା ଓ ବୟସ୍କ ମାନଙ୍କ ପାଖରେ ରୋଗ ବିକଶିତ ହେବାର ସମସ୍ୟା କମ ରହିଥାଏ l ଏହି ଫଳ ଗୁଡିକ ହେଲା ସେଓ ,କମଳା ଓ ଡାଳିମ୍ବ ଇତ୍ୟାଦି ତାସାହିତ ଗାଜର ,ପାଳଙ୍ଗ ,ବ୍ରୋକଲି ଓ କନ୍ଦ ମୂଳ ଇତ୍ୟାଦି l

ମେଗନେସିୟମ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ -ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଛୋଟ ପିଲ୍ଲା ଓ କିଶୋର ମାନେ ଅଧିକ ପରିମାଣରେ ମ୍ୟାଗନେସିୟମ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କର ଶ୍ୱାସରୋଗ ସମସ୍ୟା ଦେଖା ଦେଇନଥାଏ l କଖାରୁ ,ପାଳଙ୍ଗ ଡାର୍କ ଚକୋଲେଟ ରେ ଅଧିକ ପରିମାଣରେ ମ୍ୟାଗନେସିୟମ ରହିଥାଏ l

ଶ୍ୱାସ ରୋଗୀମାନେ ଏହି ସବୁ ଜିନିଷ ଖାଇବା ଉଚିତ ନୁହେଁ –

ସଲଫାଇଟ ଯୁକ୍ତ ଜିନିଷ ,ଗ୍ୟାସ କଲାଭଳି ଜିନିଷ ,ଚାଓ ମୀନ ଭଳି ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ l ଶ୍ୱାସ ରୋଗୀମାନେ କେଉଁ ଜିନିଷ ଖାଇବା ଦ୍ୱାରା ନିଜକୁ ଶ୍ୱାସ ସମସ୍ୟାରୁ ରକ୍ଷା କରି ପାରିବେ l

Show More

Related Articles

Back to top button