ଜୀବନଚର୍ଯ୍ୟା

ସଫଳତାର ପୁଞ୍ଜି : ଏହି ସବୁ ଗୁଣ ବ୍ୟକ୍ତିକୁ ସମାଜରେ ସମ୍ମାନିତ ଓ ସଫଳ କରାଇଥାଏ

ଶାସ୍ତ୍ର ଅନୁସାରେ ଆମେ ଆମର ପ୍ରତିଦିନର ଜୀବନ ଯାପନ ପ୍ରଣାଳୀକୁ ଆପଣାଇ ଥାଉ l ମନୁଷ୍ୟର ସଫଳତା ଓ ଅସଫଳତା ତାର ଗୁଣ ଉପରେ ନିର୍ଭର କରିଥାଏ l କିଛି ଗୁଣ ଏହିପରି ରହିଥାଏ ଯାହାକୁ ଆପଣାଇ ମଣିଷ ସମସ୍ତଙ୍କ ପାଖରେ ପ୍ରିୟ ହୋଇପାରେ l ଏହିଭଳି ବ୍ୟକ୍ତି ମାନଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ l

ଏହିଭଳି ଲୋକ ମାନଙ୍କୁ ସମ୍ମାନ ପ୍ରାପ୍ତି ମଧ୍ୟ ହୋଇଥାଏ l

*ବିନମ୍ରତା ଏହିଭଳି ଗୋଟିଏ ଗୁଣ ଅଟେ l ସମାଜରେ ବିନମ୍ର ବ୍ୟକ୍ତି ଉପରେ ସମସ୍ତେ ଭରସା କରିଥାନ୍ତି ଓ ତାକୁ ସମ୍ମାନ କରିଥାନ୍ତି l ଗୀତାରେ କୁହାଯାଇଛି ବିନମ୍ର ହେବା କୌଣସି ବ୍ୟକ୍ତିର ଦୁର୍ବଳତା ନୁହେଁ ,ବିନମ୍ର ହେବl ଗୋଟିଏ ବ୍ୟକ୍ତିର ଦୃଢତାର ପରିଚୟ l ବିଦ୍ୱାନ ମାନଙ୍କ ମତରେ ବିନମ୍ରତା ବ୍ୟକ୍ତିକୁ ସଫଳ କରାଇଥାଏ l

* ସହନଶୀଳତା ମଣିଷର ଆଉ ଗୋଟିଏ ଗୁଣ ଯାହା ତାକୁ ସୁଦୃଢ କରିବା ସହିତ ସଫଳତା କରାଇଥାଏ l ସହିଷ୍ଣୁ ବ୍ୟକ୍ତି ନିଜର କ୍ରୋଧକୁ ଭୁଲିଯାଇ ଭଲ କାମ କରିବାକୁ ଚେଷ୍ଟା କରିଥାଏ l ସେ ଅନ୍ୟ ମାନଙ୍କ ପାଇଁ ସମାଜରେ ଉଦାହରଣ ହୋଇପାରେ l

* ମନବତା ଏପରି ଗୋଟିଏ ଜିନିଷ ଯାହା ବ୍ୟକ୍ତିର ମନରେ ଦୟା ଓ ସ୍ନେହ ଭାବ ଜାଗ୍ରତ କରାଇଥାଏ l ଏହି ଭଳି ବ୍ୟକ୍ତି ମାନେ ଅନ୍ୟର ଦୁଃଖ ଦେଖିଲେ ଧର୍ଯ୍ୟଧାରୀ ରହି ପାରନ୍ତି ନାହିଁ ,ତେଣୁ ମନବତା ଗୁଣରେ ପରିପୂର୍ଣ ବ୍ୟକ୍ତି କଦାପି ଜୀବନରେ ଅସଫଳ ହୁଏ ନାହିଁ l କାରଣ ସେ ଅନ୍ୟ ମାନଙ୍କର କଲ୍ୟାଣ କରିବା ପାଇଁ ସବୁବେଳେ ଇଛା କରିଥାଏ l

* ସଂଯମୀ ବ୍ୟକ୍ତି ନିଜର ସଂଯମ ଶକ୍ତି ଦ୍ୱାରା ଲୋଭ ମୋହ ଓ କ୍ରୋଧକୁ ସଂଯମ କରିଥାଏ l ଏହିଭଳି ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି କରିବା ପାଇଁ ସକ୍ଷମ ହୁଏ ଏହା ତା ପାଇଁ ଏକ ଶ୍ରେଷ୍ଠ ଗୁଣରେ ପ୍ରତିପାଦିତ ହୁଏ l ସଂଯମୀ ବ୍ୟକ୍ତି ମାନେ ଅନୁସାସନି ପ୍ରିୟ ହୋଇ ଥାନ୍ତି ଏବଂ ଜୀବନରେ ସର୍ବଦା ଉନ୍ନତି କରିବାକୁ ଇଛା ରଖିଥାନ୍ତି l

Show More

Related Articles

Back to top button