Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନରେ ବଢିଲା ସଂକ୍ରମଣ

ଚେନ ବ୍ରେକ୍ ଲାଗି ସିଆନ୍ ସହରରେ ଲାଗିଲା ଲକଡାଉନ୍

ଚୀନ୍ ରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ସବୁଠୁ ବଡ଼ ଲକ୍ ଡାଉନ୍ ହୋଇଛି। ଚୀନ୍ ଏହାର ସିଆନ୍ ସହରରେ ତାଲାବନ୍ଦୀ ଘୋଷଣା ହୋଇଛି । ଚୀନର ସିଆନରେ ୧୨୭ ସଂକ୍ରମଣ ମାମଲା ଚିହ୍ନଟ ପରେ ଗତକାଲି ରାତିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲାବନ୍ଦ କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ପରିବାରରୁ କେବଳ ଜଣେ ବ୍ୟକ୍ତି ଦିନେ ଛଡ଼ା ଦିନେ ବାହାରକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବେ । ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ସହର ବାହାରକୁ ଅନାବଶ୍ୟକ ଯାତ୍ରା ଉପରେ ରୋକ୍ ଲାଗିଛି । ଚୀନ୍ ମଧ୍ୟ ଓମିକ୍ରନ୍ ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି।

 

ଚୀନରେ ୪ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ବିଦେଶ ଫେରନ୍ତା ୪ ନାଗରିକ ଚୀନ୍ ରେ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି।ତେବେ ୨୦୨୦ ପରଠାରୁ ଚୀନ୍ ରେ କୌଣସି ବଡ଼ ସହରରେ ଏଭଳି କଟକଣା ଜାରି ହୋଇନଥିଲା। କିନ୍ତୁ ୧୪ଟି ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିବାରୁ ଚୀନ୍ ଏହାକୁ ଗମ୍ଭୀରତାର ସହ ନେଇଛି। ତେଣୁ ଏହା ଜିଆନ ସହରର ୧୩ ନିୟୁତ ଲୋକଙ୍କୁ ଲକ୍ ଡାଉନ୍ ରେ ରଖିବାପାଇଁ ନିଷ୍ପତ୍ତି ନେଛନ୍ତି ।

Show More

Related Articles

Back to top button