ବଲିଉଡମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ସୁହାନା ଖାନ୍‌

ଜୋୟା ଅଖ୍‌ତରଙ୍କ ଫିଲ୍ମରେ ଆସିବେ ନଜର !

ଶାହାରୁଖ୍‌ ଓ ଗୌରୀଙ୍କ ଲାଡଲୀ ସୁହାନା ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବାପାଙ୍କ ପରେ ସେ ଏବେ ବଲିଉଡ୍‌ରେ ନିଜର ଜଲଓ୍ବା ଦେଖାଇବେ। ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍‌ ଫଲୋର୍ସଙ୍କ ଧାଡି ଲମ୍ବିଛି । ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ସେ ମଧ୍ୟ ବଲିଉଡ୍‌ରେ ଖୁବ୍‌ ଶୀଘ୍ର ଡେବ୍ୟୁ କରିବେ । ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ତେବେ ନିକଟରେ ସୁହାନା ଡାଇରେକ୍ଟର ତଥା ନିର୍ଦ୍ଦେଶିକା ଜୋୟାଙ୍କ ଅଫିସ୍‌ ବାହାରେ ଦେଖିବାକୁ ମିଲିଥିଲା । ହେଲେ ଶୁଣିବାକୁ ମିଳୁଛି କି ଜୋୟା ସୁହାନଙ୍କୁ ତାଙ୍କର ଆଗାମୀ ଫିଲ୍ମରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତାହାକୁ ନେଇ ଏବେ ବହୁ ଚର୍ଚ୍ଚା ଲାଗି ରହିଛି । ଜୋୟା ‘ଆର୍ଚି କମିକ୍ସ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି।

ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କ ସହ ସ୍କ୍ରିନ୍‌ ସେୟାର କରିପାରନ୍ତି। ତେବେ ଏହି ଖବର କେତେ ଦୁର୍‌ ସତ ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ। ଏହାକୁ ନେଇ ଜୋୟା କହିଛନ୍ତି କି ଏହା ନେଟ୍‌ଫ୍ଲିକ୍ସସ୍‌ରେ ରିଲିଜ୍‌ ହେବ । ଶାହାରୁଖଙ୍କ ଝିଅ ସୁହାନା ଖାନ ନ୍ୟୁୟର୍କରେ ଆକ୍ଟିଂରେ ପାଠ ପଢ଼ିଛନ୍ତି। ସେ ଗତ ବର୍ଷ ନ୍ୟୁୟର୍କରୁ ଭାରତକୁ ଫେରିଛନ୍ତି। ନ୍ୟୁୟର୍କରେ ରହୁଥିବାବେଳେ ସୁହାନା ଅନେକ ଆକ୍ଟିଂ ଭିଡିଓରେ ଏବଂ ଅନେକ ସର୍ଟ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କ ଅଭିନୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।

Show More

Related Articles

Back to top button