ଦେଶ ବିଦେଶବଲିଉଡମନୋରଞ୍ଜନ

ଲତା ମଙ୍ଗେସକରଙ୍କ ଶେଷଦର୍ଶନ କରିପାରିଲେନି ଭେଟେରାନ ଅଭିନେତା ଧର୍ମେନ୍ଦ୍ର

କହିଲେ ତିନିଥର ଯିବାକୁ ପ୍ରସ୍ତୁତ ହେଲି, ତଥାପି ଯାଇପାରିଲାନି

ଲତା ମଙ୍ଗେସକରଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ତେବେ ଲତାଙ୍କ ବିୟୋଗ ପର ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଆସି ଶେଷ ଦର୍ଶନ କରିଥିଲେ । ଶିବାଜୀ ପାର୍କରେ ରାଜକୀୟ ସମ୍ମାନରେ ତାଙ୍କର ଅନ୍ତ୍ୟେଷ୍ଟି କରାଯାଇଥିଲା । ତେବେ ଏମିତି କିଛି ଅଭିନେତା ତାଙ୍କ ଶେଷ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି । ହୁଏତ କେହି କୌଣସି କାରଣ ବଶତଃ ଆସିପାରିନାହଁନ୍ତି ତ ଆଉ କିଏ ଚାହିଁକି ମଧ୍ୟସାମିଲ ହୋଇପାରିନଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ସେ କହିଛନ୍ତି ଦିଦିଙ୍କ ଶେଷ ଦର୍ଶନ କରିପାରିଲିନି । ମୁଁ ବହୁତ ଅସହଜ ହୋଇପଡିଥିଲି । ମୁଁ ଥରେ ନୁହେଁ ତିନି ତିନି ଥର ଦିଦିଙ୍କ ଶେଷ ରୀତିନୀତିକୁ ଯିବାକୁ ବାହାରିଥିଲେ । ହେଲେ ପ୍ରତ୍ୟେକ ଥର, ଯେମିତି ଲାଗିଲା ମୋତେ କେହି ପଛକୁ ଟାଣି ନେଉଥିବାର ଦେଖିଲି ।

ପ୍ରକୃତରେ କହିବାକୁ ଗଲେ ମୁଁ ଚାହୁଁନଥିଲି ଯେ ସେ ଆମକୁ ଛାଡି ଚାଲିଯାଆନ୍ତୁ । ଗତକାଲି ଲତା ମଙ୍ଗେସକରଙ୍କର ଦେହାନ୍ତ ହେବାର ଖବର ଶୁଣିବା ପରେ ଧର୍ମେନ୍ଦ୍ର କହିଛନ୍ତି ଯେ ମୁଁ ଦିଦିଙ୍କ ଯିବା କଥା ଶୁଣିବା ପରେ କିଛି କହିବା କଣ୍ଡିସନରେ ନଥିଲି। ମୋ ପାଖରେ କୌଣସି ଶବ୍ଦ ନଥିଲା । ମୋତେ ଅଧିକ ଗଭୀର ଦେଇଥିଲା ତାଙ୍କର ଦେହାନ୍ତ ଖବର । ଧରମ ଜୀ ଆହୁରି କହିଛନ୍ତି, “ମୁଁ ମଧ୍ୟ ଆପଣଙ୍କୁ କହିବାକୁ ଚାହେଁ ଯେ ସେ ମୋତେ ବେଳେବେଳେ ଉପହାର ପଠାଉଥିଲେ । ସେ ମୋତେ ବହୁତ ପ୍ରେରଣା ଦେଉଥିଲେ ଏବଂ ମୋତେ ସର୍ବଦା କହୁଥିଲେ ଯେ,ଦୃଢ ରୁହ । ମୋର ମନେ ଅଛି ମୁଁ ଥରେ ଟ୍ୱିଟରରେ ଏକ ଦୁଃଖଦ ପୋଷ୍ଟ ଲେଖିଥିଲି । ସେ ସଙ୍ଗେ ସଙ୍ଗେ ଫୋନ୍ କରି ପଚାରିଥିଲେ । ଏହାସହ ମୋତେ ଉତ୍ସାହିତ କରିବା ପାଇଁ ୩୦ ମିନିଟ୍ କଥା ହୋଇଥିଲେ । ଲତା ଦିଦି ମୋତେ ବହୁତ ଭଲ ପାଉଥିଲେ ବୋଲି ଧର୍ମେନ୍ଦ୍ର କହିଥିଲେ ।

Show More

Related Articles

Back to top button