ଓଡ଼ିଶା

ତାତିରେ ଆଉଟୁ ପାଉଟୁ ଜନଜୀବନ ।

ରାଜଧାନୀରେ ତାତିି ଅସମ୍ଭାଳ: ୪୦ ଡ଼ିଗ୍ରୀ ଛୁଇଁଲା ପାରଦ

ତତଲା ତାଓ୍ୱାରେ ଭାଜି ହେଲା ରାଜଧାନୀ ଭୁବନେଶ୍ୱର । ପୂର୍ବରୁ ପଶ୍ଚିମ ଅଞ୍ଚଳରେ ଅହସ୍ୟ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଥିଲା । ଏବେ କିନ୍ତୁ ରାଜଧାନୀରେ ତାତି ଅସମ୍ଭାଳ । ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ରେକର୍ଡ କରିଛି । ଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଖରାରର ପ୍ରକେପ ଏତେ ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସକାଳୁ ସକାଳୁ ପ୍ରବଳ ଗରମ ଅନୁଭୂତ ହେଉଛି ।

ସେହିଭଳି ବାଲେଶ୍ୱରର ତାପମାତ୍ରା ୩୭.୨ ଡ଼ିଗ୍ରୀ ଝାରସୁଗୁଡାର ୩୭.୮ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏହାସହ ସମ୍ବଲପୁରର ତାପମାତ୍ରା ୩୭ ଡ଼ିଗ୍ରୀ, ପାରାଦ୍ୱୀପ ୩୧.୮ ଡ଼ିଗ୍ରୀ, ପୁରୀର ୩୨.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୮ ଡ଼ିଗ୍ରୀ, କେନ୍ଦୁଝର ୩୬.୮ ଡ଼ିଗ୍ରୀ ଏବଂ ହୀରାକୁଦରେ ତାପମାତ୍ରା ୩୬.୬ ଡ଼ିଗ୍ରୀ ସେଲିସିୟସ ରେକର୍ଡ ହୋଇଛି ।

Show More

Related Articles

Back to top button