ଦେଶ ବିଦେଶବାଣିଜ୍ୟ

ୟୁକ୍ରେନ ସଂକଟ ମଧ୍ୟରେ ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କରିବେ ସରକାର ?

ଅର୍ଥମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସାରା ବିଶ୍ୱରେ ଦରବୃଦ୍ଧିର ସଂକଟ ଦେଖାଦେଇଛି । ଋଷ ଦ୍ୱାରା ୟୁକ୍ରେନ ଉପରେ ସୈନ୍ୟ ଅଭିଯାନ ଆରମ୍ଭ ପରେ ବିଶ୍ୱର ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୦୦ ଡଲାର ପାର କରିଛି । ପ୍ରାୟ ୮ ବର୍ଷ ପରେ ଅଶୋଧିତ ତୈଳର ମୂଲ୍ୟ ୧୦୦ ଡଲାର ପାର କରିଛି । ଏପରି ସମୟରେ ସବୁ ଦେଶ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସିଏନବିସି ଟିଭି ୧୮ର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବର୍ତ୍ତମାନର ଏକ୍ସସାଇଜ୍ ଡ୍ୟୁଟି ଉପରେ ଆକଳନ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ଅଶୋଧିତ ତୈଳର ଦରବୃଦ୍ଧିକୁ ନଜରରେ ରଖି ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଟିକସ ହ୍ରାସ କରିବା ଉପରେ ବିଚାର କରିପାରନ୍ତି।

ସରକାରୀ ସୂତ୍ରରୁ ସମାଚାର ଏଜେନ୍ସି ରାୟଟର୍ସ କହିଛି, ଋଷ-ୟୁକ୍ରେନ ସଂକଟର ଆର୍ଥିକ ପ୍ରଭାବ ଏବଂ ଅଶୋଧିତ ତୈଳର ମୂଲ୍ୟବୃଦ୍ଧର ପ୍ରଭାବକୁ ହ୍ରାସ କରିବା ଦିଗ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିପାରନ୍ତି । ତେବେ ପେଟ୍ରୋଲ-ଡିଜେଲ ଉପରେ ଟ୍ୟାକ୍ସ ହ୍ରାସ କରିବାକୁ ନେଇ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠାନିକ ରୂପେ କିଛି କୁହାଯାଇନାହିଁ।

Show More

Related Articles

Back to top button