ଓଡ଼ିଶାସ୍ୱାସ୍ଥ୍ୟ

ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ସହ କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସାମିଲ ହେବ ବରଗଡ଼ । ଆଜି ବରଗଡ଼ ଜିଲ୍ଲା ବିଜେପୁର ଏମ ଗଣ୍ଡପାଲି ଗସ୍ତରେ ପହଁଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ କେନ୍ଦ୍ର କରି ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ୨୯୫ କୋଟି ୯ଲକ୍ଷ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବରଗଡ଼ ଜିଲ୍ଲାରେ କ୍ୟାନସର୍ ହସ୍ପିଟାଲର ମଧ୍ୟ ଶିଳାନ୍ୟାସ କରିବେ ନବୀନ । ବରଗଡ଼ ଜିଲ୍ଲାରେ ମୋଟ 12 ଟି ବ୍ଲକରେ 3 ଲକ୍ଷ 63 ହଜାର ହିତାଧିକାରୀଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବରଗଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୮ ପ୍ଲାଟୁନ ପୋଲିସ ଫୋର୍ସ , ୮ ଜଣ ଡ଼ିଏସପି,୧୫ ଜଣ ଇନ୍‌ସପେକ୍ଟର, ୨୫ ଜଣ ସବ ଇନ୍‌ସପେକ୍ଟର , ୪୦ ଜଣ ଏଏସଆଇଙ୍କ ସମେତ ସିଆରପିଏଫ, ଡିବିଏମ ଓ ଆଇଆରବି ଟିମ ସାମିଲ ମୁତୟନ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଜେପି କୃଷକମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ସହ କିଛି ନେତାଙ୍କୁ ପୋଲିସ ଅଟକ ରଖିଛି ।

Show More

Related Articles

Back to top button