ଓଡ଼ିଶା

କଟକ ସହରରେ ୧୦୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ

ଦେଶ ଏବଂ ରାଜ୍ୟର ଟିକାକରଣ ଅଭିଯାନ ଜୋରଦାର ଆଗେଇ ଚାଲିଛି। ଟିକାକରଣରେ ଭାରତ ଦୁନିଆରେ ଅନେକ ରେକର୍ଡ କଲାଣି।

ଓଡିଶାରେ ମଧ୍ୟ ଟିକାକରଣ ଉତ୍ସାହଜନକ ଭାବେ ଜାରି ରହିଛି। ଏହି କ୍ରମରେ କଟକ ସହରରେ ୧୦୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ହୋଇଛି। ଏ ନେଇ ଶୁକ୍ରବାର କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜିଲ୍ଲାରେ ସହର ଅପେକ୍ଷା ଗାଁରେ ଟିକାକରଣର କମିଛି। ହେଲେ କଟକ ସହରରେ ୧୦୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ହୋଇଛି। ଗ୍ରାମାଞ୍ଚଳରେ କୋଭିଡ୍ ଟିକାକରଣ ପ୍ରତିଶତ କମ୍ ରହିଛି। ତେଣୁ ଗ୍ରାମାଞ୍ଚଳରେ ଘରକୁ ଘର ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବା ଉମେଶ କହିଛନ୍ତି।

Show More

Related Articles

Back to top button