Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ବୀର ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ ତମ ଜନ୍ମତିଥି

ଆଜି ହେଉଛି ପବିତ୍ର ଅଁଳା ନବମୀ । ଏହି ପବିତ୍ର ତିଥିରେ ଭାରତ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ତଥା ସମଗ୍ର ବିଶ୍ଵରେ ଅତୁଳନୀୟ, ଅଭାବନୀୟ,ବର୍ବରୋଚିତ ଫାଶୀ ପାଇଥିବା ମହାନ୍ ବୀର ବିପ୍ଲବୀ ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ ତମ ଜନ୍ମତିଥି ।

ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦ ରାଜଗୁରୁ ଓ ହୀରାମଣି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ଶୈଶବ ପରେ ସେ ପୁରୀର ସଂସ୍କୃତ ପଣ୍ଡିତମାନଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ । ଛାତ୍ରାବସ୍ଥାରେ ଉତ୍କଳର ତତ୍କାଳୀନ ରାଜାମାନେ ତାଙ୍କୁ ନିଜର ମନ୍ତ୍ରୀ ଓ ଉପଦେଷ୍ଟା କରିବାପାଇଁ ଚେଷ୍ଟା କରୁଥିଲେ । ପିତା ଚାନ୍ଦ ରାଜଗୁରୁଙ୍କ ଅନ୍ତେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟ ନିଜ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ ।

ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଅବସରରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ସଭାପତି ତଥା ସୀମା ଆନ୍ଦୋଳନ ର ପ୍ରମୁଖ କାଣ୍ଡାରୀ ସୀତା ବଲ୍ଲଭ ମହାପାତ୍ରଙ୍କୁ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଅଭିଯାନ ର ଉପ ସଭାପତି ମୁରଲୀଧର, ଭାଷା ସାହିତ୍ୟ ସଂସ୍କୃତି ବିଭାଗ ର ଅନୁ ଶାସନ ସଚିବ ଲକ୍ଷ୍ମୀଧର ବେହେରା, ପ୍ରଫେସର ରମେଶ ଚନ୍ଦ୍ର ପାଲାଟସିହ, ପ୍ରଫେସର ଅସୀତ ଦାସ, ତନ୍ମୟ ସାମନ୍ତରାୟ, କବି ମୁଦୁଲିଙ୍କ ସମେତ ଅନେକ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣା ବ୍ୟକ୍ତି ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Show More

Related Articles

Back to top button