ଦେଶ ବିଦେଶବାଣିଜ୍ୟ

ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ବ୍ରାଞ୍ଚ ଯିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ

୧୦ ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ। ଏପ୍ରିଲ ମାସରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ। ଏହି ମାସରେ ଆର୍ଥିକ କାର୍ଯ୍ୟଭାର ଅଧିକ ରହିଥିବା ବେଳେ ଅନ୍ୟପଟେ ଅନେକ ଛୁଟି ଦିନ ମଧ୍ୟ ରହିଛି। ଆସନ୍ତା ମାସରେ ଗୁଡି ପାଡଓ୍ଵା, ଆମ୍ବେଦକର ଜୟନ୍ତୀ ଏବଂ ବୈଶାଖୀ ପରି ପର୍ବ କାରଣରୁ ମୋଟ୍ ୧୫ ଦିନ ବ୍ୟାଙ୍କ ବନ୍ଦ ହରିବ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୨ ଏପ୍ରିଲ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛନ୍ତି। ଏହି ତାଲିକା ଅନୁଯାୟୀ, ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କ ମୋଟ୍ ୧୫ ଦିନ ବନ୍ଦ ରହିବ। ଏଥିରେ ସାପ୍ତାହିକ ଛୁଟି ମଧ୍ୟ ସାମିଲ୍। ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକରେ ଅଲଗା ଅଲଗା ଦିନ ଛୁଟି ରହିଥାଏ। ଏମିତି ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ଅଲଗା ଅଲଗା ରାଜ୍ୟ ହିସାବରେ ହୋଇଥାଏ। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ। ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜରୁରୀ କାମ ସାରିବାକୁ ଅଛି ତେବେ ନିଶ୍ଚୟ ଆପଣ ଛୁଟି ତାଲିକା ଥରୁଟିଏ ଦେଖି ନିଅନ୍ତୁ।

ଏପ୍ରିଲରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ

ଏପ୍ରିଲ ୧- ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।

ଏପ୍ରିଲ ୩- ରବିବାର।

ଏପ୍ରିଲ ୪- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୫- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୯- ଶନିବାର (ମାସର ଦ୍ଵିତୀୟ ଶନିବାର)

ଏପ୍ରିଲ ୧୦- ରବିବାର।

ଏପ୍ରିଲ ୧୪- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୫- ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୬- ବୋହାଗ ବିୟୁ- ଗୌହାଟୀରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୧୭- ରବିବାର

ଏପ୍ରିଲ ୨୧- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୨୩- ଶନିବାର(ମାସର ଚତୁର୍ଥ ଶନିବାର)।

ଏପ୍ରିଲ ୨୪- ରବିବାର।

ଏପ୍ରିଲ ୨୯- ଶବ ଇ କଦ/ଜୁମାତ-ଉଲ-ବିଦା, ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ।

Show More

Related Articles

Back to top button