ବାଣିଜ୍ୟ

ମାର୍ଚ୍ଚ ୩୧ ପୂର୍ବରୁ ସାରି ଦିଅନ୍ତୁ ଏହି ସବୁ କାମ

ନଚେତ ହୋଇପାରେ ଅସୁବିଧା

ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଦିନ ହେଉଛି ୩୧ ମାର୍ଚ୍ଚ। ଏଣୁ ବର୍ଷ ଜାକର ଅନେକ ଜରୁରି କାମ ଅନେକ ଲୋକଙ୍କର ଏବେବି ସରି ନଥିବା। ଏଣୁ ଏହି ସବୁ କାମ ପାଇଁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆସନ୍ତୁ ଜାଣିବା ୩୧ ମାର୍ଚ୍ଚ ପୂର୍ବରୁ ଆପଣଙ୍କୁ କେଉଁ ସବୁ କାମ ଶେଷ କରିବା ଆପଣଙ୍କ ଲାଗି ଜରୁରି, ଯେପରି ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ନ ପକାଏ।
ଶୁଳ୍କ ରିହାତି ଲାଗି କରନ୍ତୁ ନିବେଶ
ଯଦି ଏପର୍ଯ୍ୟନ୍ତ ଆପଣ ଅତିରିକ୍ତ ଶୁଳ୍କ ଲାଗି ଉପାୟ କରି ନାହାନ୍ତି ତେବେ ଯଥାଶୀଘ୍ର ଏହି କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଟ୍ୟାକ୍ସ ସେଭିଂ ଲାଗି ଯଦି ନିବେଶ କରି ନାହାନ୍ତି ତେବେ ଏହି ସମୟରେ ସେହି କାମ ମଧ୍ୟ ଶେଷ କରନ୍ତୁ। ଅତିରିକ୍ତ ଶୁଳ୍କରୁ ବର୍ତ୍ତିବା ଲାଗି ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନିବେଶ କାମ ଶେଷ କରନ୍ତୁ ଓ ଅତିରିକ୍ତ ଶୁଳ୍କରୁ ବର୍ତ୍ତନ୍ତୁ।
ରିଭାଇଜଡ ଆଇଟିଆର ଦାଖଲ କାମ ସାରନ୍ତୁ
ଯଦି ଆପଣଙ୍କୁ ବିଲେଟେଡ ଅଥବା ରିଭାଇଜଡ ଆୟକର ରିଟର୍ଣ୍ଣ ଦାଖଲ କରିବାର ଅଛି ତେବେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରିଦିଅନ୍ତୁ। ଦେଶରେ କରୋନା ଭାଇରସ ମହାମାରୀ ଲାଗି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ଅପଡେଟେଡ ଆଇଟିଆର ଫାଇଲ ଲାଗି ୩୧ ମାର୍ଚ୍ଚ ୨୦୨୨କୁ ସରକାର ଶେଷ ଦିନ ଘୋଷଣା କରିଛନ୍ତି। ଯଦି ଏହି ଦିନାଙ୍କ ସୁଦ୍ଧା ଆପଣ ରିଟର୍ଣ୍ଣ ଦାଖଲ କରି ନାହାନ୍ତି ତେବେ ଆୟକର ଆଇନ ୧୯୬୧ର ଧାରା ୨୩୪ (ଏଫ)ରେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡିପାରେ।

ଆଡଭାନ୍ସ କର ପୈଠ କରିଦିଅନ୍ତୁ
ଆୟକର ଆଇନର ଧାରା ୨୦୮ ଅନୁସାରେ ୧୦ ହଜାରରୁ ଅଧିକ ଶୁଳ୍କ ନେଣଦେଣ କରୁଥିବା ଆୟକରଦାତା ଚାହିଁଲେ ଅଗ୍ରୀମ ଶୁଳ୍କ ପୈଠ କରିଦେଇପାରିବେ। ଅଗ୍ରୀମ ଶୁଳ୍କ ପୈଠ ଲାଗି ୧୫ ମାର୍ଚ୍ଚ ୨୦୨୨ ଶେଷ ତାରିଖ ଥିଲା। ତେବେ ସରକାର ଏହାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ଏଣୁ ୩୧ ମାର୍ଚ୍ଚ ପୂର୍ବରୁ ଅଗ୍ରୀମ ଶୁଳ୍କ ପୈଠ କରିହେଉଛି।
କରାଇ ନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟର କେୱାଇସି
ବ୍ୟାଙ୍କ ଆକାଉଣ୍ଟ କେୱାଇସି କରାଇବା ଲାଗି ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୧ ଥିଲା। ତେବେ ଦେଶରେ କରୋନା ଭାଇରସ ମହାମାରୀ ଲାଗି ସରକାର ଏଥିଲାଗି ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨କୁ ସମ୍ପ୍ରସାରଣ କରିଥିଲେ। ଏଣୁ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବ୍ୟାଙ୍କ କେୱାଶି କରାଇ ନେଲେ ଆକାଉଣ୍ଟ ଫ୍ରିଜ ହେବା ଭଳି ସମସ୍ୟାରୁ ମୁକ୍ତ ରୁହନ୍ତୁ। ସେହି ପରି ୩୧ ମାର୍ଚ୍ଚ ପୂର୍ବରୁ ପାନ୍ ଓ ଆଧାର ଲିଙ୍କ କରାଇ ନେବା ସହ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ସଂଯୁକ୍ତ କରାଇ ଦିଅନ୍ତୁ ନଚେତ ଦେବାକୁ ପଡିପାରେ ଜରିମନା।

Show More

Related Articles

Back to top button