ବଲିଉଡମନୋରଞ୍ଜନ

ଷଷ୍ଠ ଶ୍ରେଣୀ ପ୍ରଶ୍ନ ପତ୍ରରେ ପଚରାଗଲା ସୈଫ-କରୀନାଙ୍କ ପୁଅର ନାମ

ସ୍କୁଲ ବିରୋଧ ଅଭିଯୋଗ ଆଣିଲେ ଅଭିଭାବକ

କରୀନା କପୁର ଖାନ ଓ ସୈଫ ଅଲି ଖାନଙ୍କ ପୁଅର ନାମକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଦୁଇ ପୁଅର ଜନ୍ମ ପରେ ତାଙ୍କ ନାମକୁ ନେଇ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା । ବର୍ତ୍ତମାନ ପୁଣି ଥରେ ପୁଅର ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ନା ମଧ୍ୟପ୍ରଦେଶ ଏଭଳି କିଛି ହେଲା ଯେଉଁଥି ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମଧ୍ୟପ୍ରଦେଶର ଖଣ୍ଡୱାସ୍ଥିତ ଏକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପ୍ରଶ୍ନ ପତ୍ରରେ ପଚରାଯାଇଥିଲା ଯେ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ପୁଅର ନାମ କ’ଣ? ଏହା ଜାଣିବା ମାତ୍ରେ ଅଭିଭାବକ ଯାଇ ଶିକ୍ଷା ବିଭାଗରେ ଅଭିଯୋଗ କରିଥିଲେ । ଯେ ଏହି ପ୍ରଶ୍ନଗୁଡ଼ିକ ସେମାନଙ୍କ ଭାବନାକୁ ଆଘାତ ଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ପ୍ରଶ୍ନ ସମାଜକୁ ଏକ ଭୁଲ ବାର୍ତ୍ତା ପଠାଇଛି।

ତେବେ ସ୍କୁଲରେ ଷଷ୍ଠ ଶ୍ରେଣୀର ପରୀକ୍ଷା ଚାଲିଥିବା ବେଳେ ସାଧାରଣ ଜ୍ଞାନ କାଗଜରେ ପ୍ରଶ୍ନ ପଚରାଯାଇଥିଲା । ଲେଖା ଯାଇଥିଲା କି ଭାରତରେ ଚେସର ଗ୍ରାଣ୍ଡମାଷ୍ଟର କିଏ। ଏଥିସହିତ ଦ୍ୱିତୀୟ ପ୍ରଶ୍ନରେ ପଚରା ଯାଇଥିଲା ଯେ କରୀନା କପୁର ଖାନ ଏବଂ ସୈଫ୍‌ ଅଲି ଖାନଙ୍କ ପୁଅର ପୁରା ନାମ କଣ। ହେଲେ ଏହା ବ୍ୟତୀତ ଅନେକ ପ୍ରଶ୍ନ ମଧ୍ୟ ଥିଲା । କିନ୍ତୁ ଏଭଳି ପ୍ରଶ୍ନ କାହିଁକି ଦିଆଯାଇଥିଲା ତାହାକୁ ନେଇ ବର୍ତ୍ତମାନ ଏକ ବଡ ପ୍ରସଙ୍ଗ ହୋଇଛି । ଏହି ଘଟଣାକୁ ନେଇ ଅଭିଭାବକ ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କହିଛନ୍ତି ଯେ ଏହି ପ୍ରଶ୍ନ ପଚାରି ସ୍କୁଲ ଲୋକଙ୍କ ଭାବନାକୁ ଉତ୍ତେଜିତ କରାଯାଇଛି । ଏଥିପାଇଁ ସ୍କୁଲକୁ ଏକ ନୋଟିସ ଦିଆଯାଇଛି। ଏବଂ କୁହାଯାଇଛି ଯେ ପରବର୍ତ୍ତୀ ସମୟରେ ଏଭଳି ଭୁଲ ହେବା ଉଚିତ ନୁହେଁ। ଏହି ପ୍ରଶ୍ନ ଉପରେ ଏବେ ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ଉପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏସ.କେ ଭାଲେରାଓ କହିଛନ୍ତି ଯେ ଏହି ମାମଲାକୁ ଗୁରୁତର ସହ ନିଆଯାଇଛି। ସ୍କୁଲ ପରିଚାଳନା ବିରୋଧରେ ଏକ ନୋଟିସ୍‌ ଜାରି କରାଯିବ। ସେ କହିଛନ୍ତି ଯେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଯତ୍ନବାନ ହେବା ଉଚିତ । ଯେ ପରୀକ୍ଷାରେ ପିଲାମାନଙ୍କୁ କେଉଁ ପ୍ରକାରର ପ୍ରଶ୍ନ ପଚରାଯାଏ ।

Show More

Related Articles

Back to top button