Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶକୁ ଆସୁଛି କି ତୃତୀୟ ଲହର ?

ଦେଶରେ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ୪୦୦ ଟପିଲା

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଓମିକ୍ରନ୍ ମାମଲା ୪୧୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟାରେ ୧୦୮ଟି ନୂତନ କେସ୍ ରେକର୍ଡ କରାଯାଇଛି । ସେହିଭଲି ଦିଲ୍ଲୀରେ ୭୯, ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭ ଏବଂ ତାମିଲନାଡୁରେ ୩୪ଟି ନୂଆ କେସ୍ ରହିଛି । ମୋଟ କରୋନାଭାଇରସ ମାମଲାରେ ଭାରତରେ ୭୧୮୯ ନୂତନ ସଂକ୍ରମଣ ଏବଂ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଏହି ନୂଆ କେସ୍ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ବିଶ୍ୱରେ କୋଭିଡ -19 ମାମଲାରେ ଚତୁର୍ଥ ପର୍ଯ୍ୟାୟ ବୃଦ୍ଧି ଘଟିଲାଣି । ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଡେଲଟା ତୁଳନାରେ ଓମିକ୍ରନ୍ ସଂକ୍ରମଣର ଅଧିକ ବିପଦ ରହିଛି ।

କେନ୍ଦ୍ର ଦ୍ୱାରା ଭାରତରେ ୧୮୩ ଓମିକ୍ରନ୍ ମାମଲାର ବିଶ୍ଳେଷଣରୁ ଜଣାପଡିଛି ଯେ ଅତ୍ୟଧିକ ବିସ୍ତାରିତ ଓମିକ୍ରନ୍ ପ୍ରକାରରେ ସଂକ୍ରମିତ ୧୦ଜଣଙ୍କ ମଧ୍ୟରୁ ଅତି କମରେ ନଅ ଜଣଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସରିଛଇ । ତେଣୁ, କେବଳ ଟିକାକରଣ ପର୍ଯ୍ୟାପ୍ତ ନୁହେଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି । ସେଥିପାଇଁ ସଂକ୍ରମଣକୁ ମାତ୍ ଦେବାକୁ ବା ଚେନ୍ ବ୍ରେକ କରିବାକୁ ମାସ୍କ ସାମାଜିକ ଦୂରତା ପାଳନ କରିବା କଥା ଆଉ ଥରେ ଦୋହରାଯାଇଛି । ସେପଟେ ଓମିକ୍ରନ୍ ବଢୁଥିବା ମାମଲା ମଧ୍ୟରେ ଉତ୍ତରପ୍ରଦେଶ ଏବଂ ହରିୟାଣା ରାତି ୧୧ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଆଜି ରାତିରୁ ଏହି କର୍ଫ୍ୟୁ ଲାଗୁ ହେବ । ଉଭୟ ରାଜ୍ୟରେ, ବିବାହ ୨୦୦ ଜଣଙ୍କୁ ଅନୁମତି ଦିଆଯାଇଥିବାବେଳେ ଭିଡ଼ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button