Breaking PLUSଓଡ଼ିଶାମୁଖ୍ୟ ଖବର

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ: ସଂକ୍ରମଣ ବଢୁଛି, କିନ୍ତୁ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌

ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ୍‌ । ମାତ୍ର ଏକ ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି ।

ସୋମବାର ସୁଦ୍ଧା ୩ ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୧ ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ୨୫ ଜଣ ICUରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି । ବୟସ୍କ ଲୋକ, କୋମରବିଡ଼ିଟି ଥିବା କିଛି ରୋଗୀ ଡାକ୍ତରଖାନାରେ ଅଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।  ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ ।

ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି । ଆମ ରାଜ୍ୟରେ TPR ଅନୁସାରେ କଟକ, ପୁରୀ, ଖୋର୍ଦ୍ଧାର ସହରାଞ୍ଚଳରେ ସଂକ୍ରମଣ ଅଧିକ ରହିଛି । ସେହିପରି କୋଭିଡ ସଂକ୍ରମଣ ରୋକିବାରେ ଲୋକଙ୍କ ସହଭାଗିତା ଦରକାର । ଲୋକଙ୍କ ଭାବାବେଗକୁ ତ ଅଟକାଇ ହେବନାହିଁ । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ, ଆଗକୁ କଣ ହେଉଛି ଜଣାପଡ଼ିବ । ତେବେ ଯେହେତୁ ଅଧିକାଂଶ ଲୋକ ଟୀକା ନେଇଛନ୍ତି, ସଂକ୍ରମଣ ହୋଇପାରେ, କିନ୍ତୁ ଗୁରୁତର ହେବା କ୍ଷମତା କମ ରହିପାରେ । ରାଜ୍ୟରେ ସଂକ୍ରମଣ କେବେ ପିକ ହେବ, ଏବେଠୁ ଆକଳନ କରିବା କଷ୍ଟକର ।

Show More

Related Articles

Back to top button