ଓଡ଼ିଶାସ୍ୱତନ୍ତ୍ର

ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଘରକୁ ଆସେ ଦରିଦ୍ରତା

ଆମେ ସମସ୍ତେ ଘର ସଫା ରଖିବା ପାଇଁ ଘର ପୋଛା ଲଗାଇ ଥାଉ । ଯେତେବେଳେ ଆମେ ଆମ କର୍ମମୟ ଜୀବନ ଭିତରୁ କିଛି ମୁହୂର୍ତ୍ତ ଘରକୁ ଦେଇଥାଉ ପ୍ରାୟତଃ ସେତେବେଳେ ଆମେ ଘର ସଫା କରିଥାଉ । ହେଲେ ଘର ପୋଛା ଲଗାଇବା ପାଇଁ ମଧ୍ୟ କିଛି ସ୍ୱତନ୍ତ୍ର ନିୟମ ରହିଛି ଯାହାଦ୍ୱାରା ଆମେ ବହୁତ ଉପକାର ପାଇପାରିବା ଆଉ ଯଦି ଅଜାଣତରେ ଘର ପୋଛିବା ସମୟରେ କିଛି ଭୁଲ କରିବା ତାହା ମଧ୍ୟ ଆମକୁ ହଇରାଣରେ ପକାଇପାରେ । ତେବେ ଆସନ୍ତୁ ଜାଣିବା ଘର ପୋଛିବାର କିଛି ନିୟମ ।

୧;- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଯେବେ ମଧ୍ୟ ଆପଣଙ୍କ ଘରେ ପୋଛା ଲଗାଉଛନ୍ତି ତେବେ ଦି ପହରର ୧୨ ଘଟିକା ସମୟରେ ଲଗାନ୍ତୁ ନାହିଁ । କାରଣ ଏହି ସମୟ ସଫା ସୁତରା ନିମନ୍ତେ ଶୁଭ ମାନାଯାଇନଥାଏ । ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଘରେ ଧନବୃଦ୍ଧି ହେଉ ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହେଉ ତେବେ ସକାଳ ସମୟରେ ଆପଣ ଘରର ପୋଛା ଲଗାନ୍ତୁ । ଏଭଳି କରିବା ଦ୍ଵାରା ସକାରତ୍ମକ ପରିଣାମ ମିଳିଥାଏ । ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

୨;- ଆପଣ ଘରେ ପୋଛା ଲଗାଉଥିବା ସମୟରେ ନିମ୍ବ ପତ୍ର ନିଅନ୍ତୁ ଏବଂ ଘରେ ପୋଛା ଲଗାଉଥିବା ସମୟରେ ନିମ୍ବ ପତ୍ର କୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଆପଣ ସେହି ପାଣି କୁ ପୋଛା ଲଗାଉଥିବା ପାଣିରେ ମିଶାଇ ପୋଛନ୍ତୁ । ଯଦି ଆପଣ ହପ୍ତା ରେ ଗୋଟିଏ ଥର ଏଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଆପଣଙ୍କ ଘରୁ ଭୟଙ୍କର ବିମାରୀ ମଧ୍ୟ ଦୂରରେ ରହିବ । କୌଣସି ପିଲା ଆପଣଙ୍କ ଘରେ ବେମାର ହେବ ନାହିଁ । ଏବଂ ନକାରାତ୍ମକତା ସେହି ଘରେ ପ୍ରବେଶ କରି ନଥାଏ ।

୩;- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଘରେ ପୋଛା ଲଗାଇବା କଥା ନୁହେଁ । ବାସ୍ତୁ ଅନୁଯାୟୀ ଘରର ଉତ୍ତରପୂର୍ବ ଦିଗର ଇଶାନ କୋଣ ର କାରକ ଗୁରୁ ଗ୍ରହ ଅଟନ୍ତି । ଏହି ଦିଗ ରେ ପୋଛା ଲଗାଇବା କାରଣରୁ ଗୁରୁ ଗ୍ରହ ଅଶୁଭ ହୋଇଥାଏ । ବ୍ୟକ୍ତି କୁ ଭାଗ୍ୟ ର ସାଥ ମିଳିପାରି ନଥାଏ । ଏଣୁ ଗୁରୁବାର ଦିନ ଘରେ ପୋଛା ଲଗାଇବା ଅନୁଚିତ ।

Show More

Related Articles

Back to top button