Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ପ୍ରକାଶ ପାଇଲା ବିଏଡ୍ ମେଧା ତାଲିକା

ପ୍ରକାଶ ପାଇଲା ବିଏଡ୍ ନାମଲେଖା ପାଇଁ ମେଧା ତାଲିକା । ରାଜ୍ୟର ବିଭିନ୍ନ ସରକାରୀ ବିଏଡ୍ କଲେଜରେ ବିଏଡ୍ ନାମଲେଖା ପାଇଁ ପ୍ରକାଶ ପାଇଛି ମେଧା ତାଲିକା । ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ୮ ତାରିଖରୁ ନାମଲେଖା ଆରମ୍ଭ ହୋଇପାରେ ! ଚଳିତ ବର୍ଷ ୧ ହଜାର ବିଏଡ୍ ସିଟରେ ନାମଲେଖା ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ମେଧା ତାଲିକା www.samsodisha.gov.in ରୁ ଦେଖିପାରିବେ ।

ବରଗଡ଼ ଜିଲ୍ଲା କଳା ବିଭାଗର ଛାତ୍ର ସୁମନ୍ତ ମଙ୍ଗଳ ୬୫ ନମ୍ବର ରଖି ମେଧା ତାଲିକାରେ ଶୀର୍ଷରେ ରହିଥିବା ବେଳେ ବିଜ୍ଞାନ ବିଭାଗରେ ଗଞ୍ଜାମର ଛାତ୍ର ଦେବାଶିଷ ଶିବମଙ୍ଗଳ ୫୭ ନମ୍ବର ରଖିଛନ୍ତି । ସାଧାରଣଙ୍କ ବର୍ଗଙ୍କ କଳାରେ ନାମଲେଖା ପାଇଁ ୪୫.୮୧ ଓ ବିଜ୍ଞାନ ପାଇଁ ୪୩.୪୧, ଅନୁସୂଚିତ ଜାତିଙ୍କ କଳା ପାଇଁ ୩୮.୧ ଓ ବିଜ୍ଞାନ ପାଇଁ ୩୨.୦୯, ଅନୁସୂଚିତ ଜନଜାତିଙ୍କ କଳା ପାଇଁ ୩୧.୩୫ ଓ ବିଜ୍ଞାନ ପାଇଁ ୨୫.୫୪, ଏସଇବିସିଙ୍କ କଳା ପାଇଁ ୪୪.୨ ଓ ବିଜ୍ଞାନ ପାଇଁ ୪୧.୭୮ ନମ୍ବର କଟଅଫ୍ ରହିଛି ।

Show More

Related Articles

Back to top button