Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ, ୨ ଫେବୃଆରୀ – ସୁପ୍ରିମକୋର୍ଟରୁ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ହେମନ୍ତ ସୋରେନଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲଙ୍କୁ କହିଛନ୍ତି ଯେ, ଆପଣ ହାଇକୋର୍ଟ ନଯାଇ କାହିଁକି ସୁପ୍ରିମକୋର୍ଟ ଆସିଛନ୍ତି ।
ଏହା ଉପରେ ସିବଲ କହିଛନ୍ତି ଯେ, ମାମଲା ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଟେ, ଯାହାଙ୍କୁ ଗିରଫ କରାଯାଇଛି । ଆପଣ ସାକ୍ଷା ଦେଖନ୍ତୁ । ସେତେବେଳେ ଜଷ୍ଟିସ ଖନ୍ନା କହିଛନ୍ତି ଯେ, ସବୁଠୁ ପ୍ରଥମ କଥା, କୋର୍ଟ ସମସ୍ତଙ୍କ ପାଇଁ ଖୋଲା ରହିଛି ଏବଂ ଦ୍ୱିତୀୟ କଥା ହାଇକୋର୍ଟ ମଧ୍ୟ ଏକ ସାମ୍ବିଧାନିକ ବେଞ୍ଚ ଅଟେ ।
ଯଦି ଆମେ ଏଭଳି ଶୁଣାଣି କରିବୁ, ତାହେଲେ ସମସ୍ତେ ସିଧା ସୁପ୍ରିମକୋର୍ଟ ଆସିବେ । ଜମି ଘୋଟାଲା ମାମଲାରେ ସୋରେନଙ୍କୁ ଗିରଫ କରାଯାଇଛି ।

Show More

Related Articles

Back to top button