ଓଡ଼ିଶାପାଣିପାଗ

ଅକ୍ଟୋବର ୨ରୁ ୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ବର୍ଷା ଅକ୍ଟୋବର ୨ରୁ ୪ ପର୍ଯ୍ୟନ୍ତ ଲାଗି ରହିବ ।

ବର୍ତ୍ତମାନ ଲଘୁଚାପ ଏବଂ ମୌସୁମିଜନିତ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ତୁହାକୁତୁହା ବର୍ଷା ଲାଗି ରହିଛି ।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଭଦ୍ରକରେ ୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୨.୮, ପାରାଦୀପ ୩୨, ଗୋପାଳପୁର ୧୪.୩, ମାଲକାନଗିରି ୧୫, ଛତ୍ରପୁର ୨୦, ଜଗତସିଂହପୁର ୧୨.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ୨୬ ଓ ୨୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ରାଜ୍ୟରେ ଚଳିତ ବର୍ଷ ଭଲ ବର୍ଷା ହୋଇଛି। ଜୁନ ପହିଲାରୁ ସେପ୍ଟେମ୍ବର ୨୪ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୪% ଅଧିକ ବର୍ଷା ହୋଇଛି।

Show More

Related Articles

Back to top button