ଓଡ଼ିଶାଦେଶସ୍ୱତନ୍ତ୍ର

ଆସନ୍ତା ଅକ୍ଟୋବର ୧ରୁ ବ୍ୟାଙ୍କସେବାରେ ବଦଳିବ ଏହିସବୁ ନିୟମ

ଆସନ୍ତା ଅକ୍ଟୋବର ୧ରୁ ବ୍ୟାଙ୍କସେବାରେ ଅନେକ ନିୟମ ବଦଳିବାକୁ ଯାଉଛି । ଡେବିଟ ଏବଂ କ୍ରେଡିଟ କାର୍ଡ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହେବାର ଆଶଙ୍କା କରାଯାଉଛି । ପରିବର୍ତ୍ତନ ହେବାକୁ ଥିବା ନିୟମ ମଧ୍ୟରେ ରହିଛି ଅନେକ ଯୋଜନା ।

 ଆସନ୍ତୁ ଜାଣିବା ଆଉ କେଉଁ ସେବାରେ କଣ ପରିବର୍ତ୍ତନ କରାଯିବ ?

ଏହି ଯୋଜନାରେ ରହିଛି ଅଟଳ ପେନସନ୍ ଯୋଜନା,ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଡ-ଅନ୍-ଫାଇଲ ଟୋକେନାଇଜେସନ୍ ଇତ୍ୟାଦି

ଆରବିଆଇ ଅନୁଯାୟୀ, ଯଦି ଗ୍ରାହକ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନ୍ଲାଇନ୍ , ପଏଣ୍ଟ ଅଫ ସେଲ୍ କିମ୍ବା ଆପ କାରବାର କରନ୍ତି ତେବେ ସମସ୍ତ ବିବରଣୀ ସୁରକ୍ଷିତ ହୋଇ ଏନକ୍ରିପ୍ଟ କାର୍ଡ ମଧ୍ୟରେ ରହିବ ।

ପୂର୍ବରୁ ଆପଣ ଯେ କୌଣସି ଅନଲାଇନ୍ କିମ୍ବା ଆପ ଜରିଆରେ ପେମେଣ୍ଟ କରୁଥିଲେ । ସେତେବେ ଆପଣଙ୍କ ବ୍ୟକ୍ତିଗତ ପରିଚୟ ତଥା କାର୍ଡ ଡିଟେଲସ୍ ସବୁ କିଛି କମ୍ପାନୀରେ ସର୍ଭରରେ ଷ୍ଟୋର ହୋଇଯାଉଥିଲା । ଯାହା ଫଳରେ ଆପଣ ଯେତେବେଳେ ପୂର୍ଣ୍ଣବାରପେମେଣ୍ଟ କରିବାକୁ ପା ଇଥାନ୍ତି । ସେତେବେଳେ ଆପଣଙ୍କୁ କମ୍ପାନୀ ସମ୍ପୁର୍ଣ୍ଣ ବିବରଣୀ ମାଗେ ନାହିଁ । ଅକ୍ଟୋବର ପହିଲାରୁ ଏପରି ଆଉ ହେବ ନାହିଁ । ଆପଣ ଯେ ତେବେଳେ ପେମେଣ୍ଟ କରିବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ଡିଟେଲସ ଏବଂ କାର୍ଡ ନମ୍ବର ସମସ୍ତ ତଥ୍ୟ ଏନକ୍ରି୍ଟ କୋଡ୍ ରେ ମଧ୍ୟରେ ରହିବ । ଯାହାକୁ ପଢି ହେବ ନାହିଁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ଡାଟା ଅଧିକ ସୁରକ୍ଷିତ ରହିବ ।

ନୂତନ ନିୟମ ଅନୁସାରେ, ରିଜର୍ଭ ବ୍ୟାଙ୍କ କମ୍ପାନୀ ଗୁଡିକୁ ଗ୍ରାହାକଙ୍କ କ୍ରେଡିଟ ଏବଂ ଡେବିଟ୍ କାର୍ଡ ଡିଟେଲସ୍ ଷ୍ଟୋର କରିବାକୁ ମନା କରଛି । କାର୍ଡ ବଦଳରେ ଟୋକନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି ରିଜଭ ବ୍ୟାଙ୍କ । ଯାହାଦ୍ୱାରା ଗୋଟିଏ ଟୋକନ୍ ଏକାଧିକ କାର୍ଡ ପାଇଁ କାମ କରିବ । ଅନଲାଇନ୍ ପେମେଣ୍ଟ ପାଇଁ କାର୍ଡକୁ ସିଧାସଳଖ ବ୍ୟବହାର କରିବା ପରିବର୍ତ୍ତେ ଏକ ସ୍ୱତନ୍ତ୍ର ଟୋକନ୍ ବ୍ୟବହାର କରିବାକୁ ପଡିବ ।

ଯଦି ଆପଣଙ୍କର ଡେମାଟ୍ ଆକାଉଣ ଅଛି ଏବଂ ଏହା ମାଧ୍ୟମରେ ଆପଣ ଷ୍ଟକ୍ ମାର୍କେଟରେ ସେୟାର କିଣନ୍ତି କିମ୍ବା ବିକ୍ରି କରନ୍ତି ତେବେଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱୂର୍ଣ୍ଣ । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ୧୪ ଜୁନ୍ ରେ ଏକ ସର୍କୁଲାର ଜାରି କରିଥିଲା । ସେହି ଅନୂଯାୟୀ, ସେପ୍ଟେମ୍ବର ୩୦,୨୦୨୨ ସୁଦ୍ଧା ଦୁଇଟି ଫ୍ୟାକ୍ଟର ପ୍ରାମାଣିକି କରଣ ସକ୍ଷମ କରିବାକୁ ଡେମାଟ୍ ଆକାଉଣଧାରୀଙ୍କ ପାଇଁ ବାଧ୍ୟତାମୂଳକ । ଯଦି ଆପଣ ଦୁଇ ଫ୍ୟାକ୍ଟର୍ ପ୍ରାମାଣିକିକରଣ କରିନାହାନ୍ତି ତେବେ ୧ ଅକ୍ଟୋବର ୨୦୨୨ ରୁ ଆପଣଙ୍କ ଡେମାଟ୍ ଆକାଉଣ ଲଗ୍ଇନ୍ ହୋଇପାରିବ ନାହିଁ ।

Show More

Related Articles

Back to top button