Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ୱିନସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର, 20 ମାର୍ଚ୍ଚ : ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡି ଓ ବିଜୁଳି ମାରୁଛି। ଏହାଛଡ଼ା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବି ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଏଣେ ପଶ୍ଚିମ ଓଡ଼ିଶାରେ ୩ ଘଣ୍ଟା ହେଲା ଘନଘନ ବିଜୁଳି ଜାରି ରହିଛି। ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ବିଜୁଳି , ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ , ଗଜପତି, ରାୟଗଡା , ପୁରୀ , ବୌଦ୍ଧ, ଅନୁଗୁଳ, କଟକ , ଖୋର୍ଦ୍ଧା , ନୟାଗଡ ଓ କନ୍ଧମାଳ, ଯାଜପୁର, ବରଗଡ , ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ନୂଆପଡା, ବରଗଡ , ବଲାଙ୍ଗୀର, ସୋନପୁର , ଝାରସୁଗୁଡା, ସୁନ୍ଦରଗଡ ଏବଂ ସମ୍ବଳପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପୂର୍ବାନୁମାନ ଅନୁଯାୟୀ ତଥା ଉପଗ୍ରହରୁ ମିଳୁଥିବା ପାଣିପାଗ ଚିତ୍ର ଅନୁଯାୟୀ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡିକରେ ପାଗ ଧୀରେ ଧୀରେ ଫିଟୁ ଥିବା ବେଳେ ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡିକରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି ।

Show More

Related Articles

Back to top button