Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପଖାଳ ଦିବସ

ଭୁବନେଶ୍ୱର, 20 ମାର୍ଚ୍ଚ – ଆଜି ହେଉଛି ପଖାଳ ଦିବସ । ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଏ । ପଖାଳ ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଖରା ଦିନ ଆସିଲେ ସଭିଏଁ ଖୋଜିଥାନ୍ତି କଂସାଏ ପଖାଳ। ପଖାଳ ଦିମୁଠା ଓ ତୋରାଣି ଟିକେ ପିଇଦେଇ ଚଷା ପୁଅ ବାହାରିଯାଏ କ୍ଷେତକୁ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ହେଉଛି ପଖାଳ। ଖରାଦିନେ ଆମ ଓଡ଼ିଆଙ୍କ ଘରେ ଘରେ ପଖାଳର ଆସର ଜମିଥାଏ। ପଖାଳ ସାଙ୍ଗରେ ଛଅ ତିଅଣ, ନଅ ଭଜା କରି ଏକାଠି ବସି ଖାଇବାର ମଜା ନିଆରା । ଆଜିର ଦିନରେ ବଡ ବଡ ତାରକା ହୋଟେଲରେ ମଧ୍ୟ ଭଳିକି ଭଳି ଢଙ୍ଗରେ ପଖାଳ ପରସାଯାଉଛି। ଖରାଦିନେ ସମସ୍ତେ ଅଧିକାଂଶ ସମୟ ପଖାଳ ଖାଇବାକୁ ଭଲ ପାଆନ୍ତି। ପଖାଳର ମହତ୍ୱକୁ ପରପିଢିରେ ପହଂଚାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।

Show More

Related Articles

Back to top button