Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ
ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ। ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ବାଲେଶ୍ଵର ସର୍ବାଧିବ ୪୦.୫ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଦିନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୯.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି।