ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକାରୀ ସୂର୍ଯ୍ୟ ନମସ୍କାର

ସୂର୍ଯ୍ୟ ନମସ୍କାର ଏକ ସ୍ୱାସ୍ଥ୍ୟୋପଯୋଗୀ ଯୋଗ । ଏହାଦ୍ୱାରା ମଣିଷ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଆଦି କ୍ଷେତ୍ରରେ ଲାଭବାନ ହୋଇଥାଏ

ସୂର୍ଯ୍ୟ ନମସ୍କାରର ପ୍ରତ୍ୟେକ ଆସନର ସ୍ୱତନ୍ତ୍ର ଗୁଣ ରହିଛି । ଏହା ଶରୀରର ବିଭିନ୍ନ ଅଙ୍ଗକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସହାୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାରର କେଉଁ ଆସନରେ କ’ଣ ଲାଭ ମିଳେ ।

ପ୍ରଣାମ ଆସନ : ପ୍ରଣାମ ଆସନ କରିବା ସମୟରେ ମନରେ ଏକାଗ୍ରତା ଆସିଥାଏ । ମନ ମଧ୍ୟ ଶାନ୍ତ ହୋଇଯାଏ । ଏହାକୁ ପ୍ରତିଦିନ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ ।

ହସ୍ତଉତ୍ଥାନ ଆସନ : ଏହା ସଂପୂର୍ଣ୍ଣ ଶରୀରକୁ ଟାଣି ରଖେ । ଏହାଦ୍ୱାରା ମେରୁଦଣ୍ଡ ସୁସ୍ଥ ରହେ । ପିଠି ଓ ଅଣ୍ଟା ଯନ୍ତ୍ରଣା ହେଉଥିଲେ, ଏହାଦ୍ୱାରା ମୁକ୍ତ ହୋଇପାରିବେ । ସୁସ୍ଥ ରହିବା ପାଇଁ ହସ୍ତଉତ୍ଥାନ ଆସନ କରିବା ସମୟରେ ଯେତେ ପାରୁଛନ୍ତି ଶରୀରକୁ ଟାଣି ରଖନ୍ତୁ ।

ପଦାହସ୍ତ ଆସନ : ଏହି ଆସନ କରିବା ଦ୍ୱାରା ଓଜନ ହ୍ରାସ ପାଇଥାଏ । ଶରୀରରେ ମେଦ ଜମିଥିଲେ, ଏହାଦ୍ୱାରା ହ୍ରାସ ପାଇଥାଏ । ବିଶେଷକରି ପେଟରୁ ଚର୍ବି ହ୍ରାସ ହୋଇଥାଏ । ହଜମ ଶକ୍ତି ବୃଦ୍ଧି ପାଇଥାଏ । କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ।

ଅଶ୍ୱ-ସଞ୍ଚାଳନ ଆସନ : ଏହି ଆସନ ଦ୍ୱାରା ପୂରା ଶରୀର ସୁସ୍ଥ ରହେ । ପିଠି ଯନ୍ତ୍ରଣା ଦୂର ହୋଇଯାଏ । ପେଟ ପତଳା ହୋଇଯାଏ । ଜଙ୍ଘରୁ ମାଂସପେଶୀ ହ୍ରାସ ହେବା ସହ ଆଣ୍ଠୁଯନ୍ତ୍ରଣା ଦୂର ହୋଇଯାଏ । ଥାଇରଡ଼୍ ରୋଗୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ ।

ଅଧୋମୁଖ ଶବାସନ : ଏହି ଆସନ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହୋଇଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଫଳରେ ମସ୍ତିଷ୍କ ଅଧିକ ସକି୍ରୟ ହୋଇଥାଏ । ଚିନ୍ତା ମଧ୍ୟ ଦୂର ହୋଇଯାଏ, ଯାହାକି ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହୋଇଥାଏ । ଏହାଦ୍ୱାରା ବାହୁ ଓ ଗୋଡ଼ ମାଂସପେଶୀର ଶକ୍ତି ବୃଦ୍ଧି ହୋଇଥାଏ ।

ଅଷ୍ଟାଙ୍ଗ ନମସ୍କାର : ଏହା ବାହୁ ଓ ଗୋଡ ମାଂସପେଶୀକୁ ଦୃଢ଼ କରିଥାଏ । ଏହାଦ୍ୱାରା ପିଠି ଓ ଛାତି ଯନ୍ତ୍ରଣା ଦୂର ହୋଇଥାଏ ।

ଉଦ୍ଧ୍ୱର୍ମୁଖ ଶବାସନ : ଏହାଦ୍ୱାରା ମେରୁଦଣ୍ଡ ସୁସ୍ଥ ରହିଥାଏ । ମାଂସପେଶୀ ଦୃଢ଼ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ବିଶେଷକରି ଏହାଦ୍ୱାରା ଆକ୍କା ଦୂର ହୋଇଯାଏ ।

Show More

Related Articles

Back to top button