ଓଡ଼ିଶାଜୀବନଚର୍ଯ୍ୟା

ଅଁଳା ନବମୀ ଦିନ ଅଁଳା ଗଛ କାହିଁକି ପୂଜା କରାଯାଇଥାଏ?

ଆସନ୍ତୁ ପଢିବା ଏହାର ଧାର୍ମିକ ମାହାତ୍ମ୍ୟ ବିଷୟରେ-

ହିନ୍ଦୁ ଧର୍ମରେ ଅନେକ ଗୁଡିଏ ପର୍ବ ପାଳନ କରାଯାଏ l ଦଶହରା ପରଠାରୁ ପର୍ବ ପର୍ବାଣି ମାନଙ୍କର ଲମ୍ବା ଧାଡି ଲାଗିଯାଇଥାଏ l ଏହି ସମୟରେ ଅଶ୍ୱିନ ମାସର ସମାପ୍ତି ଘଟି କାର୍ତିକ ମାସ ଆରମ୍ଭ ହୋଇଯାଅ l କାର୍ତିକ ମାସକୁ ହିନ୍ଦୁ ପର୍ବରେ ଧର୍ମର ମାସ ବୋଲି କୁହାଯାଏ l ଏହି ଧର୍ମର ମାସରେ ଅଁଳା ନବମୀର ଅନେକ ମହତ୍ୱ ରହିଛି l କାର୍ତିକ ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ଏହାକୁ ପାଳନ କରାଯାଇଥାଏ ,ଯାହା ଚଳିତ ବର୍ଷ ନଭେମ୍ବର ୨୩ ତାରିଖରେ ପଡିବ l ଏହି ଦିନ ଅଁଳା ଗଛକୁ ବିଶେଷ ଭାବରେ ପୂଜା କରାଯାଇଥାଏ l ଚାଲନ୍ତୁ ଆଜି ଜାଣିବା ଅଁଳା ନବମୀ ସହିତ ଯୋଡି ହୋଇଥିବା କିଛି ମହତ୍ୱପୂର୍ଣ୍ଣ କଥା l

ସବୁଠୁ ପ୍ରଥମେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ –

ଅଁଳା ନବମୀ ଦିନ ସର୍ବେ ପ୍ରଥମେ ରାଧା କୃଷ୍ଣଙ୍କୁ ପୂଜା କରାଯିବ କଥା ,କିନ୍ତୁ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ l ଏହା ପଛରେ ଗୋଟିଏ କାରଣ ରହିଛି l ଏକ ପୌରାଣିକ କଥା ଅନୁସାରେ ଥରେ ମା ଲକ୍ଷ୍ମୀ ପୃଥିବୀ ଉପରକୁ ଭ୍ରମଣ କରିବାକୁ ଆସିଥିଲେ l ପୃଥିବୀ ଉପରକୁ ଆସିଲା ପରେ ତାଙ୍କୁ ଏକ ସାଙ୍ଗରେ ଭଗବାନ ବିଷ୍ଣୁ ଓ ଶିବଙ୍କର ପୂଜା କରିବାକୁ ଇଛା ହେଲା l ସେଥିପାଇଁ ସେ ଅଚାନକ ଭାବିଦେଲେ ଯେ ନାରାୟଣଙ୍କର ଅତି ପ୍ରିୟ ତୁଳସୀ ଓ ଶିବଙ୍କର ଅତି ପ୍ରିୟ ବେଲପତ୍ର ଅଟେ ,କିନ୍ତୁ ଏହି ଦୁଇଟି ଜିନିଷକୁ ଏକ ସାଙ୍ଗରେ ସମର୍ପଣ କରିବା ଉଚିତ ନୁହେଁ l ତେଣୁ ସେ ସ୍ଥିର କଲେ ଯେ ଅଁଳା ଗଛରେ ବିଷ୍ଣୁ ଓ ଶିବଙ୍କର ଅଂଶ ଥିବା ହେତୁ ଅଁଳା ଗଛକୁ ପୂଜା କରିଥିଲେ l ଅଁଳା ଗଛକୁ ପୂଜା କରିବା ପରେ ଭଗବାନ ବିଷ୍ଣୁ ଓ ଶିବ ଏକ ସହିତ ପ୍ରକଟ ହୋଇଥିଲେ l ସେହି ପୌରାଣିକ କଥା ଅନୁସାରେ ଆଜି ମଧ୍ୟ ଶୁକ୍ଲପକ୍ଷ ନବମୀ ଦିନ କାର୍ତିକ ମାସରେ ପୂଜା କରାଯାଇଥାଏ l

ଅଁଳା ନବମୀର ପୂଜା ବିଦ୍ଧି –

* ସର୍ବ ପ୍ରଥମେ ଅଁଳା ନବମୀ ଦିନ ଅଁଳା ଗଛର ମୂଳକୁ କ୍ଷୀରରେ ସ୍ନାନ କରାନ୍ତୁ l ଏହାପରେ ଅକ୍ଷତ ,ପୁଷ୍ପ ,ଚନ୍ଦନ ,ଅଗୁର ଓ ସିନ୍ଦୁର ଅର୍ପଣ କରନ୍ତୁ l

* ଏହିସବୁ ଜିନିଷକୁ ଅର୍ପଣ କରି ସାରିବା ପରେ ବିଧିବଦ୍ଧ କ୍ରମେ ଅଁଳା ଗଛକୁ ପୂଜା କରନ୍ତୁ l ଦୀପ ,ଧୂପ ଓ ନୈବେଦ୍ୟ ଅର୍ପଣ କରି ଆଳତି କରନ୍ତୁ l

* ଏହିପରି କରି ସାରିବା ପରେ ଅଁଳା ବୃକ୍ଷକୁ ସାତ ଥର ପରିକ୍ରମା କରନ୍ତୁ l କୁହାଯାଏ ଯେ ଅଁଳା ଗଛର ସାତଥର ପରିକ୍ରମା କରିବା ଦ୍ୱାରା ସାତ ଜନ୍ମର ପାପ ଧୋଇ ହୋଇଯାଏ l

ଅଁଳା ଖାଇବା ଦ୍ୱାରା ଏହି ପୁଣ୍ୟ ମିଳିଥାଏ –

ପୁରାଣରେ ଲେଖା ହୋଇଛି ଅଁଳା ଖାଇବା ଦ୍ୱାରା ଶ୍ରୀ ହରିଙ୍କ କୃପା ମିଳିଥାଏ l ଅଁଳା ଗୋଟିଏ ସ୍ୱାସ୍ଥ୍ୟକର ଫଳ ଅଟେ l କୁହାଯାଏ ଯେ ଅଁଳା ରସକୁ ସେବନ କରିବା ଦ୍ୱାରା ଧର୍ମର ସ୍ଥାପନ ହୋଇଥାଏ l କୁହାଯାଏ ଅଁଳା ପାଣିରେ ସ୍ନାନ କରିବା ଦ୍ୱାରା ଦରିଦ୍ର ଦୂର ହୋଇଥାଏ ଓ ବ୍ୟକ୍ତି ସୁଖ ଲାଭ କରେ l ଏପରି ମଧ୍ୟ କୁହାଯାଏ ଯେ ଯେଉଁଠାରେ ଅଁଳା ରହିଛି ସେଠାରେ ଭଗବାନ ବିଷ୍ଣୁ ବାସ କରନ୍ତି l ଅଁଳା ନବମୀ ଦିନ ଅଁଳା ସେବନ କରିବା ଦ୍ୱାରା ସ୍ୱର୍ଗପ୍ରାପ୍ତି ହୋଇଥାଏ l

Show More

Related Articles

Back to top button