ସ୍ୱାସ୍ଥ୍ୟ

ମୂଳ ପେଟ ରୋଗ ପାଇଁ ଅତ୍ୟନ୍ତ ହିତକର, ଆସନ୍ତୁ ପଢିବା ସେ ବିଷୟରେ

ପେଟର ବିଭିନ୍ନ ପ୍ରକାର ଅସୁବିଧାକୁ ସବୁ ରୋଗର ମୂଳ ବୋଲି କୁହାଯାଏ l ମୂଳା ଗୋଟିଏ ଏପରି ପରିବା ଯାହା ଅନ୍ତନାଳୀ ଓ ପେଟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l କିନ୍ତୁ ଏହାକୁ ଆମେ ଠିକ ସମୟରେ ଖାଇବା ଆବଶ୍ୟକ l ନହେଲେ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ହେବାର ସମ୍ଭାବନା ରହିଥାଏ

ମୂଳା ଖାଇବାର ସମୟ –

* ଶୀତଋତୁ ମୂଳ ଖାଇବା ପାଇଁ ଉପଯୁକ୍ତ ସମୟ ଅଟେ l କାରଣ ଶୀତଋତୁରେ ହିଁ ମୂଳାର ଉତ୍ପାଦନ କରାଯାଇଥାଏ l ମୂଳାର ରସ ଶୀତଋତୁରେ ଗରମ ରହିଥାଏ l

* ମୂଳା ସହିତ ଗୋଟିଏ ବିଶେଷ କଥା ହେଉଛି ଯେ ଶୀତଋତୁରେ ସନ୍ଧ୍ୟା ସମୟରେ ମୂଳାର ରସ ବଦଳି ଯାଇଥାଏ ଓ ଏହା ଥଣ୍ଡା ହୋଇଯାଇଥାଏ l

* ମୂଳାର ସେବନ ରାତ୍ରି ସମୟରେ କଞ୍ଚା କରିବା ଉଚିତ ନୁହେଁ ,କାରଣ ଏହା ଦ୍ୱାରା ଥଣ୍ଡା ଓ କାଶ ଇତ୍ୟାଦି ହେବାର ସମ୍ଭାବନା ରହିଛି l କିନ୍ତୁ ମୂଳା ଭଜା ,ମୂଳା ତରକାରୀ ଓ ମୂଳା ପରଟା ଇତ୍ୟାଦି ଆପଣ ରାତି ସମୟରେ ଖାଇବା ଦ୍ୱାରା ପେଟର କୌଣସି ପ୍ରକାର ସମସ୍ୟା ଉପୁଜେ ନାହିଁ l

ମୂଳା ଖାଇବାର ଫାଇଦା –

* ମୂଳା କୋଷ୍ଠକାଠିନ୍ୟ ପାଇଁ ରାମବାଣ ଅଟେ l ଏହାକୁ ଖାଇବା ଦ୍ୱାରା ଯେତେ ପୁରୁଣା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଉ ତାହା ଦୁରେଇ ଯାଇଥାଏ l ମୂଳା ଅର୍ଶରୁ ମଧ୍ୟ ଆରାମ ଦେଇଥାଏ l

* ମୂଳା ପାଚନ କ୍ରିୟାକୁ ଠିକରେ ପରିଚାଳିତ କରିଥାଏ l ଆୟୁର୍ବେଦରେ ମୂଳା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ କାରଣ ଏହା ଅନ୍ତନଳୀକୁ ସଫା ରଖିବାରେ ସାହାଯ୍ୟ କରେ l

* ମୂଳା ଶରୀରରେ ଜମା ହୋଇଥିବା ଖରାପ ବ୍ୟାକ୍ଟେରିଆକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଥାଏ ଓ ମୋଟାପା କମ କରିବାରେ ସାହାଯ୍ୟ କରିଥାଏ l

 

* ମୂଳାକୁ ଘଷି ତାର ରସ ପ୍ରସ୍ତୁତ କରି କେଶ ମୂଳରେ ଲଗାଇବା ଦ୍ୱାରା କେଶ ସୁନ୍ଦର ହେବ ସହିତ ମଝବୁତ ହୋଇଥାଏ l

* ମୂଳା ମୁଣ୍ଡ ବିନ୍ଧାରୁ ମଧ୍ୟ ଆରାମ ଦେଇଥାଏ lମୂଳା ଖାଇବା ଦ୍ୱାରା ରକ୍ତଚାପ ସନ୍ତୁଳନ ରୁହେ l ଯଦି ଆପଣ ସୀତା ଋତୁରେ ନିୟମିତ ମୂଳା ଖାଇବେ ଥଣ୍ଡା କାଶ ଇତ୍ୟାଦି ଠାରୁ ଦୁରେଇ ରହିବେ l

* ମଧୁମେହ ରୋଗୀଙ୍କ ପାଇଁ ମୂଳା ଅତ୍ୟନ୍ତ ହିତକର l ସେମାନେ ଯଦି ପ୍ରତେକ ଦିନ ସକାଳୁ ମୂଳା ରସ ପିଇବେ କିମ୍ବା ସାଲାଡ଼ ପ୍ରସ୍ତୁତ କରି ଖାଇବେ ତେବେ ରକ୍ତଶର୍କରା ନିୟନ୍ତ୍ରିତ ରହିବ l

କିଛିଟା ସାବଧାନତା ଅବଲମ୍ବନ କରନ୍ତୁ –

* ମୂଳା ସେବନ କରିବା ସମୟରେ କିଛି କଥାର ଧ୍ୟାନ ରଖିବା ଦ୍ୱାରା ଏହା ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ l

* ମୂଳାର ଭଲ ଗୁଣ ଓ ଖରାପ ଗୁଣ ଦୁଇଟିଯାକ ରହିଛି କିନ୍ତୁ ଯଦି ଆମେ ମୂଳାକୁ ଠିକ ସମୟରେ ଖାଇବା ତେବେ ଆମ ଶରୀର ପାଇଁ ଏହା କୌଣସି କ୍ଷତି ଘଟାଇ ପାରିବ ନାହିଁ l

* ସର୍ଦି ,କାଶ ,ଜ୍ୱର ,ପେଟ ଯନ୍ତ୍ରଣା ଓ କଫ ଥିବା ସମୟରେ ମୂଳା ଖାଇବା ଆଦୌ ଠିକ ନୁହେଁ l କାରଣ ଏହା ଦ୍ୱାରା ରୋଗ ଅଧିକ ବଢି ଯାଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସବୁ ରୋଗ ଗୁଡିକ ଶରୀରରେ ଥିବା ସମୟରେ ଆପଣ ମୂଳା ବଦଳରେ ମୂଳାପତ୍ର ସେବନ କରନ୍ତୁ l ଏହା ଆପଣଙ୍କୁ ଲାଭ ଦେବ l

Show More

Related Articles

Back to top button