ସ୍ୱାସ୍ଥ୍ୟ

କମଳା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର, ଆସନ୍ତୁ ଜାଣିବା କେଉଁମାନେ ଖାଇବେ ନାହିଁ କମଳା

ଫଳ ଆମର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ,ସେହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କମଳା l କମଳାରେ ଭିଟାମିନ-ସି ମିଳିଥାଏ ,ଯାହା ଇମ୍ୟୁନିଟିକୁ ବଢାଇବା ପାଇଁ ଲାଭଦାୟକ ହୋଇଥାଏ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କମଳାର ଏତେ ଗୁଡିଏ ଉପକାରୀ ଗୁଣ ରହିଛି l ଆସନ୍ତୁ ଆଜି ସେଗୁଡିକ ବିଷୟରେ ଜାଣିବା l

* ଅଣ୍ଟିଅକ୍ସିଡେଣ୍ଟରେ ଭରପୁର ଅଟେ -କମଳା ସ୍ୱାସ୍ଥ୍ୟ ବର୍ଦ୍ଧକ ଓ ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ l ଆଣ୍ଟିଆକ୍ସିଡେଣ୍ଟ ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ,କମଳାରେ ଥିବା ବିଟାକେରୋଟିନ ଶରୀରରେ କ୍ୟାନ୍ସର ପ୍ରତିରୋଧକ କ୍ଷମତାକୁ ବଢ଼ିବାରେ ସାହାଯ୍ୟ କରେ l କମଳା ଶରୀରରୁ ଫ୍ରି ରେଡ଼ିକୁଲସରୁ ମୁକ୍ତି ଦେବାରେ ସାହାଯ୍ୟ କରେ l

* ରକ୍ତଚାପକୁ ନିୟନ୍ତ୍ରଣ ରଖେ -ପ୍ରତେକ ଦିନ କମଳା ସେବନ କରିବା ଦ୍ୱାରା ଆପଣଙ୍କର ରକ୍ତଚାପ ସମସ୍ୟା ଦେଖାଦେବ ନାହିଁ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଉଚ ରକ୍ତଚାପ ରୋଗୀଙ୍କୁ କମଳା ଖାଇବାକୁ ପରାମର୍ଶ ଦେଇଥାନ୍ତି l

* ଇମ୍ୟୁନିଟିକୁ ମଝବୁତ କରେ -ଶୀତଋତୁରେ ସାଧାରଣତଃ ଥଣ୍ଡା,କାଶ ଓ କଫ ହେବ ଏକ ସାଧାରଣ ସମସ୍ୟା ଅଟେ l ଏହି ସମସ୍ତ ରୋଗ ଦୁର୍ବଳ ଇମ୍ୟୁନ ସିଷ୍ଟମ ପାଇଁ ସମ୍ଭବ ହୋଇଥାଏ l କମଳାରେ ଥିବା ଭିଟାମିନ-ସି ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଉନତ କରିବାରେ ସାହାଯ୍ୟ କରେ l

* କିଡ୍ନୀର ଷ୍ଟୋନ ପାଇଁ ଲାଭଦାୟକ – କିଡ୍ନୀ ଷ୍ଟୋନର ସମସ୍ୟା ହେବ ଦ୍ୱାରା ପ୍ରତେକ ଦିନ କମଳା ଓ ଏହାର ରସକୁ ସେବନ କରିବା ଲାଭଦାୟକ ଅଟେ l କମଳା ରସ କିଡ୍ନୀରୁ ଷ୍ଟୋନକୁ ବାହାର କରିବା ପାଇଁ ସାହାଯ୍ୟ କରିଥାଏ l

* ପେଟର ସମସ୍ୟା -କମଳା ରସକୁ ଗରମ କରି ସେଥିରେ ଗୋଲମରିଚ ଗୁଣ୍ଡ ଓ ଶୁଣ୍ଠୀ ଗୁଣ୍ଡ ମିଶାନ୍ତୁ l ଏହାକୁ ପେଟରେ ଗ୍ୟାସ ,ବଦହଜମି ,ପେଟ ଫାଂପେଇବା ସମୟରେ ଏହି ମିଶ୍ରଣକୁ ସେବନ କରନ୍ତୁ l ଏହା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ l

ଏହି ପ୍ରକାରର ବ୍ୟକ୍ତିମାନେ କମଳା ଖାଇବେ ନାହିଁ –

ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରୁଥିବା ମହିଳା କମ ମାତ୍ରାରେ କମଳା ଖାଇବା ଆବଶ୍ୟକ l

ଯେଉଁ ବ୍ୟକ୍ତି ମାନଙ୍କର ପାଚନ ଶକ୍ତି ଦୁର୍ବଳ ଅଟେ ସେମାନଙ୍କୁ କମଳା ଖାଇବା ଉଚିତ ନୁହେଁ l କମଳାରେ ଥିବା ଫାଇବର ପାଚନ କ୍ରିୟାକୁ ପ୍ରଭାବିତ କରି ପରେ l

ହୃଦରୋଗୀ ମାନେ କମଳା ସେବନ କରିବା ଉଚିତ ନୁହେଁ l

ଛୋଟ ପିଲାମାନଙ୍କୁ କମଳା ଅଧିକ ଖୁଆଇଲେ ତାଙ୍କ ପେଟରେ ଅନେକ ସମସ୍ୟା ଦେଖା ଦେଇପାରେ l

Show More

Related Articles

Back to top button