Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବୁଷ୍ଟର ଡୋଜ୍‌ ନେବାକୁ ସ୍ୱାସ୍ଥ୍ୟ ବିଭାଗର ଅନୁରୋଧ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ତୁରନ୍ତ ବୁଷ୍ଟର ଡୋଜ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ରାଜ୍ୟର ୮୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌ ନେଇ ନଥିବା ବେଳେ ୪୨ଲକ୍ଷ ୭୦ହଜାର ୪୮୭ ଜଣ ବୁଷ୍ଟର ଡୋଜ୍‌ ନେଇସାରିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦୦ ଉପରେ ରହୁଥିବା ବେଳେ ଏବେ ସଂକ୍ରମଣ କମିଛି। କିନ୍ତୁ କେଉଁ ମୂହୁର୍ତ୍ତରେ ସଂକ୍ରମଣ ବୃଦ୍ଧି ପାଇପାରେ। ହେଲେ ତାକୁ ପ୍ରତିହତ କରିବା ପାଇଁ ଟିକାକରଣ ହିଁ ଗୋଟିଏ ବାଟ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ତେଣୁ ଯଥା ସମ୍ଭବ ଟିକାକରଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଆହୁରି ୬ ଜିଲାରେ ୯୦ ପ୍ରତିଶତରୁ କମ୍‌ ପ୍ରଥମ ଡୋଜ୍‌ ଟିକାକରଣ କରିଛନ୍ତି।

Show More

Related Articles

Back to top button