ଦେଶପାଣିପାଗସ୍ୱତନ୍ତ୍ର

ଛତିଶଗଡରେ ଭୂକମ୍ପ ଅନୁଭୂତ,ତୀବ୍ରତା ୩.୦ ରେକର୍ଡ

ଛତିଶଗଡରେ ଭୂକମ୍ପ ଅନୁଭୂତ । ଆଜି ଭୂକମ୍ପରେ ଥରିଲା ଛତିଶଗଡର ସୁରଜପୁର ଜିଲ୍ଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ରେକର୍ଡ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀ ।

ସୂଚନା ଅନୁଯାୟୀ , ଗୁରୁବାର ମଧ୍ୟାହ୍ଣ ସମୟରେ ଛତିଶଗଡର ସୁରଜପୁର ଅଞ୍ଚଳରେ ଭୂମିକମ୍ପର ହାଲ୍‌କା ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିଲା। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ  ଘରୁ ପଦାକୁ ବାହାରି ପଡିଥିଲେ ।

ଉଲ୍ଲେଖ ଥାଉ କି , ୪ ଦିନ ପୂର୍ବେ ଉତ୍ତର ବିହାରର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ବିହାରର ସୀତାମଢ଼ି, ମୁଜଫରପୁର, ଭାଗଲପୁର ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ନେପାଳରେ ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଥିଲା।

Show More

Related Articles

Back to top button