ଅପରାଧଦେଶସ୍ୱତନ୍ତ୍ର

ଏୟାରପୋର୍ଟ ଡଷ୍ଟବିନରୁ ସୁନା ଇଟା ଠାବ

ଏୟାରପୋର୍ଟ ଡଷ୍ଟବିନରୁ ଠାବ ହେଲା ସୁନାଇଟା । ଦେଶରେ ସୁନା ଉପରେ ଆମଦାନୀ ଟିକସ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି ଚୋରାବେପାରୀ । ତେବେ ଆଜି ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହୋଇଥିବା କତୁହାଯାଉଛି । ସେଗୁଡ଼ିକୁ ଜବତ କରିଛନ୍ତି ସୀମା ଶୁଳକ ଅଧିକାରୀ ।

ସୂଚନା ଅନୁଯାୟୀ, ଜବତ ହୋଇଥିବା ଏହି ୬ଟି ସୁନା ଇଟା ଗୁଡିକ ଉପରେ କଳା ଟେପ ଗୁଡ଼ାଯାଇ ଏକ କଳା ପଲିଥିନରେ ରଖାଯାଇଥିଲା । ଯାହାକି ଏକ ଅଳିଆ ଭର୍ତ୍ତି ଜରି ପରି ଦୃଶ୍ୟମାନ ହେଉଥିଲା । ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଜବତ ହୋଇଥିବା ୬ଟି ସୁନା ଇଟାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହେବା ଅନୁମାନ କରାଯାଉଥିବାବେଳେ ସେଗୁଡ଼ିକୁ କିପରି ଆସିଲା ଏବଂ କିଏ ଆଣୁଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ  । କଷ୍ଟମ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ଏହି ଘଟଣାରେ ଜଣେ ଏୟାରପୋର୍ଟ କର୍ମଚାରୀଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି ।

 

Show More

Related Articles

Back to top button