Breaking PLUSଦେଶମୁଖ୍ୟ ଖବରରାଜନୀତି

ସଞ୍ଜୟ ରାଉତ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ

ମୁମ୍ବାଇ : ସଞ୍ଜୟ ରାଉତ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ । ମହାରାଷ୍ଟ୍ରର ପାତ୍ର ଚଲ ଜମି ଦୁର୍ନିତି ମାମଲାର ଯାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ରହିଛି । ଏହାରି ଭିତରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି । କୋର୍ଟ ସଞ୍ଜୟ ରାଉତଙ୍କୁ ପୁଣିଥରେ ଇଡି ହେପାଜତକୁ ପଠାଇ ଦେଇଛନ୍ତି । କୋର୍ଟ ସଞ୍ଜୟଙ୍କୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିବା ସୂଚନାମିଳିଛି। ଅଲିବାଗରେ ଜମି କିଣାବିକାରେ ଅଧିକ ଟଙ୍କା ଲଗାଯାଇଛି । ପୂର୍ବଥର ଯାଞ୍ଚରେ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ୧.୦୬ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ଏହି ଯାଞ୍ଚ ସମୟରେ କିଛି ନୂଆ ତଥ୍ୟ ବି ସାମ୍ନାକୁ ଆସିଥିଲା । ପ୍ରାୟ ୧.୦୮ କୋଟି ଟଙ୍କାର କାରବାର ହୋଇଥିବା ସୂଚନାମିଳିଥିଲା ।

Show More

Related Articles

Back to top button