Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅକ୍ଟୋବର 7ରେ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ-ଜିଏସଟି ପରିଷଦର 52ତମ ବୈଠକ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅକ୍ଟୋବର 7ତାରିଖରେ ବସିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଇଲେକ୍ଟ୍ରି ଯାନ ଉପରେ ଲାଗୁ ହୋଇଥିବା 18 ପ୍ରତିଶତ ଜିଏସଟିକୁ ହ୍ରାସ କରିବା ଏବଂ ଅନଲାଇନ ଗେମିଂ ଉପରେ ଟ୍ୟାକ୍ସ ସହିତ ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ଅଧିକାରୀଙ୍କ ସୂଚନା ମୁତାବକ ଇଲେକ୍ଟ୍ରି ଯାନ ଉପରେ ଜିଏସଟିକୁ 18 ପ୍ରତିଶତରୁ ହ୍ରାସ କରି 5ପ୍ରତିଶତ କରାଯାଇପାରେ । ମୋଟା ଶସ୍ୟ ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇପାରେ । ଏହାସହିତ ଆହୁରି ବଡ ବଡ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରେ । ଜିଏସଟି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ସାମିଲ ହେବେ ।

Show More

Related Articles

Back to top button