Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସିକ୍କିମ ବନ୍ୟାରେ ଫସିରହିଛନ୍ତି ଓଡ଼ିଆ ଦମ୍ପତି

ଚୌଦ୍ୱାର : ସିକ୍କିିମରେ ଘଟିଥିବା ଭୟାବହ ବନ୍ୟାରେ ବହୁ ଲୋକ ଫସି ରହିଥିବାବେଳେ ସାମରିକ ବାହିନୀ ତରଫରୁ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରୀ ରହିଛି । ସିକିମ୍ ଓ ଦାର୍ଜିଲିଂ ବୁଲିଯାଇଥିବା ଚୌଦ୍ୱାର ଥାନା ବାଣୀପଦା ପଞ୍ଚାୟତ ଦେବୀନଗର ଗ୍ରାମର ଯୁବ ଦମ୍ପତି ଦିବ୍ୟାଂଶୁ ସୁବୁଦ୍ଧିରାୟ ଓ ସୀମା ଏହି ବନ୍ୟାରେ ଫସି ରହିଥିବା ଜଣା ପଡ଼ିଛି । ଦିବ୍ୟାଂଶୁଙ୍କ ପରିବାର ସୁତ୍ରରୁ ପ୍ରକାଶ ଯେ, ଦିବ୍ୟାଂଶୁ ଓ ସୀମା ଗତ ସପ୍ତାହକ ତଳେ ସିକିମ୍ ଅଞ୍ଚଳକୁ ବୁଲି ଯାଇଥିବାବେଳେ ବାଦଲଫଟା ବର୍ଷା ହେବା ଫଳରେ ପ୍ରବଳ ବନ୍ୟା ଆସି ରାସ୍ତାଘାଟ ବନ୍ଦ ହୋଇଯିବା ଫଳରେ ବହୁ ପର୍ଯ୍ୟଟକଙ୍କ ସମେତ ଦିବ୍ୟାଂଶୁ ଓ ସୀମା ଗାଙ୍ଗଟକ୍ ଠାରେ ଫସି ରହିଥିଲେ । ସେମାନଙ୍କ ଫୋନ୍ ଲାଗୁ ନଥିବାରୁ ସେମାନଙ୍କ ସ୍ଥିତି ନେଇ ପରିବାର ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଗୁରୁବାର ଦିନ ୧୧ଟା ସମୟରେ ଆର୍ମି କ୍ୟମ୍ପରୁ ଏକ ଫୋନ କଲ ଦିବ୍ୟାଂଶୁଙ୍କ ପରିବାରକୁ ଆସିଥିଲା । ଉଭୟ ଦିବ୍ୟାଂଶୁ ଓ ସୀମାଙ୍କୁ ଉଦ୍ଧାର କରାଯାଇ ଆର୍ମି ଉଦ୍ଧାର କ୍ୟାମ୍ପରେ ରଖା ଯାଇଥିବା ଖବର ମିଳିବା ପରେ ପରିବାର ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି । ଉଭୟଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ ଦିବ୍ୟାଂଶୁଙ୍କ ବାପା ରଞ୍ଜନ କୁମାର ସୁବୁଦ୍ଧିରାୟ ସରକାରଙ୍କୁ ନିବେଦନ କରିଛନ୍ତି ।

Show More

Related Articles

Back to top button