Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ତିନି ରାଜ୍ୟର ଚାଷୀଙ୍କ ଠାରୁ 12.21 ଲକ୍ଷ ଟନ୍ ଧାନ କିଣିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ- ଧାନ କିଣିବା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ପାଖାପାଖି 12.21 ଲକ୍ଷ ଟନ୍ ଧାନ କିଣିଛନ୍ତି କେନ୍ଦ୍ର ସରକାର । ଏହାଯୋଗୁ 99,675 ଜଣ ଚାଷୀଙ୍କୁ 2,689.77 କୋଟି ଟଙ୍କାର ଲାଭ ହୋଇଛି ।

ଖାଦ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ତାମିଲନାଡୁ, ପଞ୍ଜାବ ଓ ହରିୟାଣା ରାଜ୍ୟରେ ଚାଷୀଙ୍କ ଠାରୁ 12.21 ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଖରିଫ ବିପଣନ ଋତୁ 2023-24ରେ 3 ଅକ୍ଟୋବର ପର୍ଯ୍ୟନ୍ତ 99,675 ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ 2,689.77 କୋଟି ଟଙ୍କାର ଧାନ କିଣାଯାଇଛି । ଚଳିତ ବର୍ଷ 411.96 ଲକ୍ଷ ହେକ୍ଟରରେ ଚାଷ ହୋଇଥିବା ଧାନକଟା ଗତ ସପ୍ତାହରୁ ଆରମ୍ଭ ହୋଇଛି । ଚଳିତ ସିଜିନରେ 521.27 ଲକ୍ଷ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

Show More

Related Articles

Back to top button