Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଏସୀୟ କ୍ରୀଡା- କ୍ରିକେଟର ଫାଇନାଲରେ ଭାରତ

ହାଙ୍ଗଝୋ-ଏସୀୟ କ୍ରୀଡାର କ୍ରିକେଟରେ ଫାଇନାଲରେ ପ୍ରବେଶ କରିଛି ଭାରତ । ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ତିଳକ ବର୍ମାଙ୍କ ଅର୍ଦ୍ଧଶତକ ଓ କ୍ୟାପଟେନ ଋତୁରାଜ ଗାୟକୱାଡଙ୍କ ଉତ୍ତମ ପ୍ରଦର୍ଶନ ଯୋଗୁ ବାଂଲାଦେଶକୁ 9 ୱିକେଟରେ ହରାଇ ଏସୀୟ କ୍ରୀଡାର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଟିମ୍ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 20 ଓଭରରେ 96 ରନ୍ କରିଥିଲା । ଏହାର ଜବାବରେ ଭାରତ ମାତ୍ର 9.2 ଓଭରରେ ଗୋଟିଏ ୱିକେଟ ହରାଇ 97 ରନ୍ କରି ବିଜୟ ହାସଲ କରିନେଇଥିଲା ।
97ରନର ପିଛା କରୁଥିବା ଭାରତୀୟ ଦଳର ଓପନିଂ ସେତେଟା ଭଲ ନଥିଲା । ଶୂନ୍ୟରେ ଆଉଟ୍ ହୋଇଯାଇଥିଲେ ଯଶସ୍ୱୀ ଜୟସ୍ୱାଲ । ଏହାପରେ ତଳକ ବର୍ମା ଓ ଗାୟକୱାଡ ବିନା କୌଣସି ୱିକେଟ ହରାଇ ଏହି ସହଜ ବିଜୟ ହାସଲ କରିନେଇଥିଲେ । ଶନିବାର ସ୍ୱର୍ଣ୍ଣପଦକ ପାଇଁ ଭାରତୀୟ ଟିମ୍ ଫାଇନାଲ ମ୍ୟାଚ ଖେଳିବ ।

Show More

Related Articles

Back to top button