ବାଣିଜ୍ୟ

ସରିଲା ଦୁଇ ଦିନିଆ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ

ଜାଣନ୍ତୁ କେଉଁ କେଉଁ ଦ୍ରବ୍ୟ ଏବଂ ସେବା ହେଲା ମହଙ୍ଗା

ଜିଏସ୍‌ଟି କାଉନ୍‌ସିଲର ୪୭ତମ ବୈଠକ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଦୁଇ ଦିନିଆ ବୈଠକରେ ଜିଏସ୍‌ଟି ରେଟ୍‌ ଚାର୍ଟରେ ପରିବର୍ତ୍ତନ କରାଯାଇଛି । ଏନେଇ ବୈଠକରେ ରେଟ୍‌ରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି । ଫଳରେ ଏହା ଅଧିନରେ ଆସୁଥିବା କିଛି ଦ୍ରବ୍ୟ ମହଙ୍ଗା ହୋଇଛି । ଏହି ବୈଠକରେ ଅର୍ଥମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇଥିଲେ ।

ବୈଠକରେ ହୋଇଥିବା ନିଷ୍ପତ୍ତି-

ପ୍ୟାକ୍‌ ହୋଇନଥିବା ମାଂସ, ମାଛ, ଲସି, ଛେନା, ମହୁ, ଶୁଖିଲା ପନିପରିବା, ଲହୁଣୀ, ଗହମ ଓ ଅନ୍ୟାନ୍ୟ ଶସ୍ୟ, ଅଟା ଓ ମଇଦା, ଗୁଡ଼, ମୁଢ଼ି, ଜୈବିକ ଖତ ଏବଂ କମ୍ପୋଷ୍ଟ ଖତ ଆଦି ଏବେ ଆଉ ଜିଏସ୍‌ଟିରୁ ବର୍ତ୍ତି ପାରିନାହାନ୍ତି । ଅର୍ଥାତ୍‌ ଏଗୁଡ଼ିକୁ ଉପରେ ଏବେ ୫ ପ୍ରତିଶତ କର ଦେବାକୁ ପଡ଼ିବ ।

ଅନ୍ୟପଟେ ଜିଏସ୍‌ଟି କାଉନ୍‌ସିଲ୍‌ ଖାଇବା ତେଲ, କୋଇଲା, ଏଲ୍‌ଇଡି ଲ୍ୟାମ୍ପ୍‌ସ, ପ୍ରିଣ୍ଟିଂ ଏବଂ ଡ୍ରଇଙ୍ଗ୍‌ ଇଙ୍କ୍‌, ଚମଡ଼ା ଓ ସୋଲାର ୱାଟର ହିଟର ଅଦିର ରେଟ୍‌ରେ ପରିବର୍ତ୍ତନ କରିବା ପାଇଁ ସୁପାରିଶ କରିଛନ୍ତି ।

ଚେକ୍‌ ଇସ୍ୟୁ ବେଳେ ବ୍ୟାଙ୍କ୍‌ ଚାର୍ଜ କରୁଥବା ଫିସ୍‌ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବା ନେଇ କାଉନ୍‌ସିଲ୍‌ କହିଛି ।

ମ୍ୟାପ୍‌, ଚାର୍ଟ, ଆଟ୍‌ଲାସ୍‌ରେ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ହେବ

ବ୍ରାଣ୍ଡ ନଥିବା ଏବଂ ପ୍ୟାକ୍‌ ହୋଇନଥିବା ଦ୍ରବ୍ୟ ଉପରେ ପୂର୍ବ ପରି ଜିଏସ୍‌ଟି ଛାଡ଼ କରାଯାଇଛି ।

ପୂର୍ବରୁ ଜିଏସ୍‌ଟି ଅନ୍ତର୍ଗତ ଆସୁନଥିବା ୧୦୦୦ ଟଙ୍କାରୁ କମ୍‌ ହୋଟେଲ୍‌ ରୁମ୍‌ ପାଇଁ ଏବେ ୧୨ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିବ ।

ରାଜ୍ୟ ଭିତରେ କାରବାର ହେଉଥିବା ସୁନା, ଅଳଙ୍କାର, ବିଭିନ୍ନ ମୂଲ୍ୟବାନ ପଥର ଆଦିରେ ରାଜ୍ୟମାନେ ଏକ ନିର୍ଦ୍ଧିଷ୍ଟ କାରବାର ପରେ ଇଲେକ୍ଟ୍ରୋନିକ୍ସ ବିଲ୍‌ ବାଧ୍ୟତାମୂଳକ କରିପାରିବେ ବୋଲି କାଉନ୍‌ସିଲ୍‌ କହିଛି ।

ଏହାଛଡ଼ା କ୍ୟାସିନୋ, ଅନ୍‌ଲାଇନ୍‌ ଗେମ୍‌ ଏବଂ ଘୋଡ଼ା ଦୌଡ଼ରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବା ନେଇ ମଧ୍ୟ କାଉନ୍‌ସିଲ୍‌ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button