Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟପାଳଙ୍କ କୋରାପୁଟ ଜିଲ୍ଲା ଗସ୍ତ

ଜୟପୁର, ୨୧ ଡିସେମ୍ବର – କୋରାପୁଟ ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଅବିଭକ୍ତ କୋରାପୁଟ ଜିଲ୍ଲାର ତିନି ଜିଲ୍ଲାକୁ ସେ ଗସ୍ତ କରିଛନ୍ତି। ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲା। ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତ ସାରି, ଆଜି କୋରାପୁଟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଜୟପୁରର ଓଏଚପିସି ଗେଷ୍ଟ ହାଉସରେ ପହଞ୍ଚିଲେ । ପରବର୍ତ୍ତୀ ସମୟରେ ବୋରିଗୁମା ବ୍ଲକ୍ ବନଙ୍ଗୁମା ପଂଚାୟତର ଖୁଡ଼ିଗୁଡ଼ା ଗ୍ରାମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ଅନୁଧ୍ୟାନ କରିବା ସହ ହିତାଧିକାରୀଙ୍କ ସହ ସାକ୍ଷାତ କରିଲେ ରାଜ୍ୟପାଳ। ପୁଣି ଖୋଡ଼ିଗୁଡ଼ା ଗ୍ରାମରେ ଥିବା ପର୍ଜା ମାର୍ଗ ର ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚି, ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ର ରେ ଥିବା ସମସ୍ତ ଶିଶୁ ସହ ଅଵିଭାବକଙ୍କ ଉପସ୍ଥିତିରେ ପୋଷଣ ଯୋଜନାରେ କେତେ ସଫଳ ରୂପାୟନ ହୋଇପାରିଛି ଶିଶୁଙ୍କ ବିଷୟରେ ପଚାରି ବୁଝିଥିଲେ ।୧୫୦ ଜଣ ଶିଶୁ ଉପସ୍ଥିତ ରହିବେ ଅଙ୍ଗନନ୍ଵାଡ଼ି କେନ୍ଦ୍ର ଠାରେ। ଜୁଝାରି ଠାରେ ୨୦୦ ଜଣ ଏସଏଚଜି ମା ମାନଙ୍କ ସହ ସାକ୍ଷାତ କରିବେ ଏବଂ ମହିଳା ସସକ୍ତି କରଣରେ କେତେ ସ୍ଵାବଲମ୍ବୀ ହେଇଛନ୍ତି ତାହା ଅନୁଧ୍ୟାନ କରିଥିଲେ ରାଜ୍ୟପାଳ। ଜୟପୁର ବ୍ଲକ ରାବଣାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଚି ରୋଗୀଙ୍କୁ କେମିତି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ତାହା ଉପରେ ଡାକ୍ତର ଏବଂ ରୋଗିଙ୍କୁ ପଚାରି ବୁଝିଥିଲେ ।ସ୍ଵାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ପରେ କୋରାପୁଟ ସହରରେ ପହଞ୍ଚି କୋରାପୁଟ କଫି ବୋର୍ଡ ବଗିଚା ପରିଦର୍ଶନ କରିଥିଲେ । ସେମିଳିଗୁଡା ବ୍ଳକ କୃଷୀ ବିଜ୍ଞାନ କାର୍ଯ୍ୟଳୟରେ ପହଞ୍ଚି ଅଞ୍ଚଳର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସିମିଳିଗୁଡା ବ୍ଳକ ପୁଙ୍ଗାର ଏକଲବ୍ୟ ମଡେ଼ଲ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ସନ୍ଧ୍ୟା ବେଳକୁ କୋରାପୁଟ ସଦଭାବନା ଗୃହରେ ଜିଲ୍ଲାର ପ୍ରତ୍ୟେକ ବିଭାଗ ଅଧିକାରୀଙ୍କ ସହ ସରକାରି ସ୍ତର ବୈଠକ କରିଥିଲେ । ଶେଷରେ କୋରାପୁଟ ସାବର ଶ୍ରୀକ୍ଷେତ୍ର ମନ୍ଦିରର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ରାଜ୍ୟପାଳ।

ରାଜ୍ୟପାଳଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ରାଜ୍ୟପାଳଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତାର, ଏସପି ଅଭିନବ ସୋନାକାର, ଜିଲ୍ଲା ଚିକିତ୍ସାଧିକାରୀ ଅରୁଣ ପାଢ଼ୀ, ଏସଡିପିଓ ହରିଶ ବିଶି, ଜୟପୁର ବିଡ଼ିଓ ଶକ୍ତି ମହାପାତ୍ରଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Show More

Related Articles

Back to top button