Breaking PLUSଦେଶମୁଖ୍ୟ ଖବରରାଜନୀତି

ଅନିଶ୍ଚିତ କାଳ ଯାଏ ଲୋକସଭା ମୁଲତବୀ, ଅଧିବେଶନରେ ପାରିତ ହୋଇଛି 18 ବିଧେୟକ

ନୂଆଦିଲ୍ଲୀ- ଗୁରୁବାର ଅନିଶ୍ଚିତ କାଳ ଯାଏ ଲୋକସଭାର ଗୃହକାର୍ଯ୍ୟ ମୁଲତବୀ କରାଯାଇଛି । ଗୁରୁବାର ଲୋକସଭାରେ ଦୁଇଟି ବିଧେୟକ ପାରିତ କରାଯାଇଥିଲା ।ଏହା ମିଶାଇ ଏହି ଅଧିବେଶନରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଜଡିତ ତିନୋଟି ବିଧେୟକ ସହିତ ମୋଟ୍ 18ଟି ବିଧେୟକ ପାରିତ କରାଯାଇଛି ।
ଲୋକସଭାର ଏହି ଅଧିବେଶନ ସମ୍ପର୍କରେ ସୂଚନା ଦେଇ ଅଧ୍ୟକ୍ଷ ଓମ୍ ବିର୍ଲା ସୂଚନା ଦେଇଛନ୍ତି ଯେ, ଡିସେମ୍ବର 4ରୁ ଆରମ୍ଭ ହୋଇଥିବା 17ତମ ଲୋକସଭାର 14ତମ ଅଧିବେଶନରେ 14ଟି ବୈଠକ ହେବା ସହ 61.50ଘଣ୍ଟା କାମ ହୋଇଛି । ଅଧିବେଶନର ଉତ୍ପାଦକତା 74 ପ୍ରତିଶତ ରହିଛି । ମୋଟ୍ 12ଟି ବିଧେୟକ ଆଗତ କରାଯାଇଥିବା ବେଳେ 18ଟି ବିଧେୟକ ପାରିତ ହୋଇଛି । ମୁଖ୍ୟ ବିଧେୟକ ମଧ୍ୟରେ ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା 2023, ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ବିଧେୟକ 2023, ଦୂରସଂଚାର ବିଧେୟକ 2023, ବସ୍ତୁ ଏବଂ ସେବାକର (ସଂଶୋଧନ) 2023 ଏବଂ ମୁଖ୍ୟ ନିର୍ବାଚନ ଆୟୋକ ଏବଂ ଅନ୍ୟ ନିର୍ବାଚନ ଆୟୋଗ (ନିଯୁକ୍ତି, ସେବାର ସର୍ତ୍ତ ଏବଂ କାର୍ଯ୍ୟାଳୟ ଅବଧି) ବିଧେୟକ 2023 ରହିଛି ।
ଲୋକସଭାର ଏହି ଅଧିବେଶନରେ 55 ତାରାଙ୍କିତ ପ୍ରଶ୍ନ ପଚରାଯାଇଥିଲା । 377 ଆଧାରରେ 265 ମାମଲାରେ ଉଠାଯାଇଥିଲା ଏବଂ ଶୂନ୍ୟକାଳରେ 182ଟି ବିଷୟ ଉଠାଯାଇଥିଲା । ସ୍ଥାୟୀ ସମିତିର 35 ପ୍ରତିବେଦନ ରଖାଯାଇଥିଲା । 33ଟି ବକ୍ତବ୍ୟ ଦିଆଯାଇଥିଲା ।

Show More

Related Articles

Back to top button