Breaking PLUSଓଡ଼ିଶାମୁଖ୍ୟ ଖବର

ଦାମୋଦର ରାଉତଙ୍କ ବିୟୋଗରେ ରାଜ୍ୟପାଳଙ୍କ ଶୋକ

ଭୁବନେଶ୍ୱର- ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବରିଷ୍ଠ ନେତା ତଥା ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ । ଦିଂବଗତ ଆତ୍ମାକୁ ଈଶ୍ୱର ଶାନ୍ତି ପ୍ରଦାନ କରନ୍ତୁ ।ମୁଁ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି । ସାର୍ବଜନୀନ କ୍ଷେତ୍ରରେ ତାଙ୍କ ଅସାଧାରଣ ଯୋଗଦରନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।

Show More

Related Articles

Back to top button