Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାଧାମରେ ପ୍ରାଣ ପ୍ରତିଷ୍ଠା ସମାରୋହର ବ୍ୟାପକ ମିଡିଆ କଭରେଜ ପାଇଁ ସରକାରୀ ପ୍ରସ୍ତୁତି

ନୂଆଦିଲ୍ଲୀ- ଅଯୋଧ୍ୟା ଧାମରେ ଜାନୁୟାରୀ 22ରେ ଆୟୋଜିତ ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହର ସୂଚାରୁ ଓ ସଫଳ ସଂଚାଳନ ପାଇଁ ଅତ୍ୟଧିକ ସାବଧାନତାର ସହିତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରିତ ଅନୁଷ୍ଠାନ ଅନୁସାରେ ପ୍ରାଣ ପ୍ରତିଷ୍ଠା କରିବେ । 8ହଜାରରୁ ଅଧିକ ଅତିଥି ଏହି ଦିନ ମନ୍ଦିର ଆସିବେ । ଏହାପରେ ଜାନୁୟାରୀ 23ରୁ ଲକ୍ଷାଧିକ ଭକ୍ତ ଆସିବେ । ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାପନା ସମାରୋହର ସିଧା ପ୍ରସାରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୂରଦର୍ଶନ ପୂରା କାର୍ଯ୍ୟକ୍ରମର ଡିଡି ନ୍ୟୁଜ ଓ ଡିଡି ନ୍ୟାସନାଲ ଚ୍ୟାନେଲରେ 4ର ଗୁଣବତ୍ତାରେ ସିଧା ପ୍ରସାରଣ କରାଯିବ । ଜାନୁୟାରୀ 23ରେ ଦୂରଦର୍ଶନ ଆରତି ଓ ଲୋକଙ୍କ ପାଇଁ ଶ୍ରୀରାମ ମନ୍ଦିର ଖୋଲିବାର ସିଧା ପ୍ରସାରଣ କରିବ ।

Show More

Related Articles

Back to top button