Breaking PLUSଦେଶମୁଖ୍ୟ ଖବର

ଶଙ୍କର ଆଦ୍ୟାର ଘରୁ ବିପୁଳ ପରିମାଣର ବାଂଲାଦେଶୀ ମୁଦ୍ରା ଜବତ କଲା ଇଡି

କୋଲକାତା- ରାସନ ବିତରଣ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବନଗାଓଁର ପୂର୍ବତନ ମେୟର ଶଙ୍କର ଆଦ୍ୟା ଓରଫ୍ ଡାକୁର କାର୍ଯ୍ୟାଳୟରୁ ଇଡି ବିପୁଳ ପରିମାଣର ବାଂଲାଦେଶୀ ମୁଦ୍ରା ଜବତ କରିଛି । ଭାରତୀୟ ମୁଦ୍ରାରେ ଏହି ରାଶି ପ୍ରାୟ ସାଢେ 6ଲକ୍ଷ ଟଙ୍କା ହେବ । ଇଡି ସୂତ୍ର ମୂତାବକ, ଏହି ପଇସା ମଧ୍ୟ କୋଲକାତାର ମାକିର୍ଭସ ଷ୍ଟ୍ରିଟରେ ଏକ ବିଦେଶୀ ମୁଦ୍ରା ବ୍ୟାପାର କାର୍ଯ୍ୟାଳୟରୁ ଜବତ କରାଯାଇଛି । ଏହି ଅଫିସ ଶଙ୍କରଙ୍କର ବୋଲି ଜଣାପଡିଛି । ଇଡି ଏହି ମାମଲାର ଯାଞ୍ଚ କରୁଛି । ଏହି ଅଫିସରୁ ଏତେ ପରିମାଣର ବିଦେଶୀ ମୁଦ୍ରା କାହିଁକି ରଖାଯାଇଥିଲା, ତାର ଖୋଳତାଡ କରାଯାଉଛି । ସୋମବାର ଇଡି ଶଙ୍କର ସହିତ ଜଡିତ 6ଟି ଠିକଣାରେ ତଲାସୀ ଅଭିଯାନ ଚଳାଇଥିଲା । ଯେଉଁଥିରେ ତାଙ୍କର ଚାଟାର୍ଡ ଆକାଉଣ୍ଟାଣ୍ଟର ଅଫିସ ମଧ୍ୟ ସାମିଲ ରହିଛି ।

Show More

Related Articles

Back to top button