Breaking PLUSଦେଶମୁଖ୍ୟ ଖବର

ଉତ୍ତର ଭାରତରେ ପ୍ରବଳ ଥଣ୍ଡା, କୁହୁଡି ଯୋଗୁ ଦିଲ୍ଲୀରେ ଟ୍ରେନ ଓ ବିମାନ ଚଳାଚଳରେ ବାଧା

ନୂଆଦିଲ୍ଲୀ- ଉତ୍ତର ଭାରତରେ ପ୍ରବଳ ଶୀତ ଲହର ଲାଗିରହିଛି । ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଜିଲ୍ଲାରେ ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୁହୁଡି ଯୋଗୁ ରେଳ ଓ ବିମାନ ଯାତ୍ରୀ ନାକେଦମ ହୋଇଛନ୍ତି ।
ଜଣେ ବରିଷ୍ଠ ରେଳ ଅଧିକାରୀ ମଙ୍ଗଳବାର ସକାଳେ କହିଛନ୍ତି ଯେ, ଆଜି ଘନ କୁହୁଡି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଦିଲ୍ଲୀ ଆସୁଥିବା 30 ରେଳଗାଡି ବିଳମ୍ବରେ ଚାଲୁଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂଚନା ଅନୁସାରେ କୁହୁଡି ଓ କମ୍ ଦୃଶ୍ୟତା କାରଣରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଏୟାରପୋର୍ଟର ଅନେକ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ବିଭାଗ ଅନୁସାରେ ଆଜି ସକାଳ 5.30ମିନିଟ ସମୟରେ ଦିଲ୍ଲୀର ସଫଦରଜଙ୍ଗରେ ତାପମାତ୍ରା 4.8 ଓ ପାଲମରେ 7.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ଭିତରେ କର୍ତ୍ତବ୍ୟ ପଥରେ ଘନ କୁହୁଡି ମଧ୍ୟରେ ଗଣତନ୍ତ୍ର ଦିବସ ପରେଡ ରିହର୍ସଲ ଜାରି ରହିଛି ।

Show More

Related Articles

Back to top button