ଓଡ଼ିଶାସ୍ୱତନ୍ତ୍ର

ପୁଣି ହ୍ରାସ ପାଇଲା ସୁନା ଦର

ପାର୍ବଣ ଋତୁ ପାଖେଇଆସୁଥିବାବେଳେ  ହ୍ରାସ ପାଉଛି ସୁନା ଦର । ନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦର ହ୍ରାସ ପାଇଥିବାବେଳେ ଆଜି ଭାରତୀୟ ବଜାରରେ ସୁନାଦର କମ୍ ହୋଇଥିବା ବେଳେ ରୂପାର ଦାମରେ ୦.୪୨ ପ୍ରତିଶତ ବୃଦ୍ଧି ଘଟିଛି ।

୨୪ କ୍ୟାରେଟ ସୁନାର ମୂଲ୍ୟ ୨୨ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ଏବେ ୪୯,୧୫୩ରେ ପହଞ୍ଚିଛି । ସେହିପରି ରୂପାର ମୂଲ୍ୟ ୨୩୪ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏକ କେ.ଜି ରୂପାର ଦାମ୍ ଏବେ ୫୬,୫୭୭ଟଙ୍କା ହୋଇଛି । ଆଜି ସୁନା ବ୍ୟବସାୟ ୪୯,୧୮୯ ଟଙ୍କାରୁ ଆରମ୍ଭ ହୋଇଥିଲା । ସେହିପରି ରୂପାରେ ଅଜି ଟ୍ରେଡିଙ୍ଗ ୫୬,୫୭୮ଟଙ୍କାରୁ ଆରମ୍ଭ ହୋଇଛି ।

 

Show More

Related Articles

Back to top button