ଦେଶମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପରଲୋକରେ ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସ ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା । ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନେଇ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି। ସୂଚନାଅନୁସାରେ, ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ଦେଖିବାକୁ ମିଳିଥିଲା।

Show More

Related Articles

Back to top button